ରାଜ୍ୟରେ ରେମେଡେସିଭର ଅଭାବ
ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ଥିବା ବେଳେ ସଂକଟ ସମୟରେ ବଜାରରେ ଓøଷଧର ଅଭାବ । ରାଜ୍ୟରେ ଦେଖାଦେଇଛି ଗୁରୁତର କରୋନା ରୋଗୀଙ୍କୁ ଦିଆଯାଉଥିବା ରେମେଡେସିଭର ଅଭାବ । ଏପଟେ ଶରୀରରେ ଅକ୍ସିଜେନର ମାତ୍ରା ମାପିବା ପାଇଁ ଅକ୍ସିମେଟର ବି ବଜାରରେ ମିଳୁନି । ଘରେ ଘରେ ଅକ୍ସିମିଟରର ଚାହିଦା ଥିବା ବେଳେ ବଜାରରୁ ଏହା ଉଭାନ ହୋଇଗଲାଣି ।
ରାଜ୍ୟରେ ଏବେ ଦୈନିକ ୬ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ହେଲେ ସଂକଟ ସମୟରେ ହଠାତ ବଜାରରୁ ଉଭାନ ହୋଇଯାଇଛି ରେମଡେସିଭର । ଆବଶ୍ୟକତା ଅନୁପାତରେ ଏହି ମେଡିସିନ କମ୍ ମିଳୁଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଡ୍ରଗସ୍ କଣ୍ଟ୍ରୋଲର୍ ଅନ୍ନଦା ଶଙ୍କର ଦାସ । ପ୍ରତିଦିନ ରାଜ୍ୟରେ ୨ ହଜାର ରେମେଡେସିଭର ଇଞ୍ଜେକସନ୍ ଆବଶ୍ୟକ ପଡ଼ୁଥିଲା ବେଳେ ବହୁ କମ୍ ସଂଖ୍ୟାରେ ଏହା ପହଞ୍ଚାଯାଉଛି । ଗତକାଲି କେବଳ ୯୨ଟି ରେମେଡେସିଭର ଆସିଛି । ଯାହାକୁ ବିଭିନ୍ନ ଘରୋଇ ହସ୍ପିଟାଲ୍କୁ ପଠାଯାଇଛି ବୋଲି ଡ୍ରଗସ୍ କଣ୍ଟ୍ରୋଲର୍ କହିଛନ୍ତି ।
ସେପଟେ କରୋନା ସମୟର ହଠାତ ବଢିଯାଇଛି ଅକ୍ସିମିଟରର ଚାହିଦା । କରୋନା ସମୟରେ ଲୋକେ ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ ବି ବଜାରରେ କିନ୍ତୁ ଷ୍ଟକ ନାହିଁ । ପୂର୍ବରୁ ଦିନକୁ କାଁ ଭାଁ ଦୁଇରୁ ୩ଟି ଅକ୍ସିମିଟର ବିକ୍ରି ହେଉଥିବା ବେଳେ ଏବେ ଦିନକୁ ଶହେରୁ ୨ ଶହ ଲୋକ ଅକ୍ସିମିଟର କିଣିବାପାଇଁ ଓøଷଧ ଦୋକାନକୁ ଆସୁଛନ୍ତି । ଫଳରେ ଦର ବଢିଯାଇଛି । ମୁଖତଃ ଦିଲ୍ଲୀ ଓ ମହାରାଷ୍ଟ୍ରରୁ ରାଜ୍ୟକୁ ଅକ୍ସିମେଟର ଆସୁଥିବା ବେଳେ ସେଠାରେ ଏହାର ଚାହିଦା ଅଧିକ ଥିବାରୁ ଭୁବନେଶ୍ୱରକୁ ଆବଶ୍ୟକ ପରିମାଣର ଅକ୍ସିମିଟର ଆସୁନାହିଁ । ଗତ ଏପ୍ରିଲ ୨୧ରୁ ୩୦ ଯାଏ ରାଜ୍ୟକୁ ୨୧ ହଜାର ରେମେଡେସିଭର ଭାଇଲ୍ ମିଳିଛି । ଏହାକୁ ଅଧିକ ସଂଖ୍ୟାରେ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯିବ ବୋଲି ରାଜ୍ୟ ଡ୍ରଗସ୍ କଣ୍ଟ୍ରୋଲର କହିଛନ୍ତି ।