THE BYAPINI

କମିଲା କୋଭିସିଲ୍ଡ ଟିକାର ଦାମ

Get real time updates directly on you device, subscribe now.

ଟିକାର ଦରକୁ ନେଇ ଲାଗିରହିଥିବା ଭିତରେ କମିଲା କୋଭିସିଲ୍ଡ ଟିକାର ଦାମ । କୋଭିସିଲ୍ଡ ଟିକା ଦାମ କମିବା ନେଇ ସେରମ ମୁଖ୍ୟ ଟୁଇଟ କରି ସୂଚନା ଦେଇଛନ୍ତି । ପୂର୍ବରୁ ଏହା ୪୦୦ ଟଙ୍କା ଥିବା ବେଳେ ରାଜ୍ୟ ପାଇଁ ଡୋଜ ପିଛା ୧୦୦ ଟଙ୍କା କମିଛି ଦର। ଏବେ ରାଜ୍ୟ ସରକାର ୩୦୦ଟଙ୍କା ଦେଇ କୋଭିସିଲ୍ଡ ଟିକାର ଗୋଟେ ଡୋଜ କିଣିବେ।

ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଦେଶରେ କୋଭିସିଲ୍ଡ ଟିକାର ପ୍ରତିଡୋଜ ପାଇଁ ୩ ଟି ଦର ଘୋଷଣା କରାଯାଇଥିଲା । ଏହି ଟିକାର ପ୍ରତିଡୋଜ କେନ୍ଦ୍ର ସରକାରଙ୍କ ପାଇଁ ୧୫୦ ଟଙ୍କା ରଖାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ୪୦୦ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ଧାର୍ୟ୍ୟ କରାଯାଇଥିଲା । ଏହା ପରେ ଗୋଟିଏ ଟିକାର ୩ଟି ଦରକୁ ନେଇ ବିବାଦ ଦେଖାଦେଇଥିଲା ।

ଏବେ ସେରମ୍ ଇନଷ୍ଟିଚ୍ୟୁଟ ଇଣ୍ଡିଆ ତରଫରୁ ରାଜ୍ୟଗୁଡିକ ପାଇଁ କୋଭିସିଲ୍ଡର ମୂଲ୍ୟକୁ ୪୦୦ଟଙ୍କାରୁ ୩୦୦ଟଙ୍କାକୁ ହ୍ରାସ କରାଯାଇଛି, ଖୁବଶୀଘ୍ର ଏହା ଲାଗୁ ହେବ। ଏହାଦ୍ୱାରା ରାଜ୍ୟ ପାଣ୍ଠିର ହଜାର ହଜାର କୋଟି ସଞ୍ଚୟ ହେବ। ଏହା ଟିକାକରଣକୁ ସକ୍ଷମ କରିବ ଏବଂ ଅଗଣିତ ଜୀବନ ରକ୍ଷା କରିବ ବୋଲି ଲେଖିଛନ୍ତି ଅଦର ପୁନାୱାଲା।

Get real time updates directly on you device, subscribe now.

Leave A Reply

Your email address will not be published.