THE BYAPINI

କରୋନା ଦୌଡରେ ଖୋର୍ଦ୍ଧା ଆଗ

Get real time updates directly on you device, subscribe now.

ଚିନ୍ତା ବଢାଉଛି ଖୋର୍ଦ୍ଧା । ମହାମାରୀ ସଂକ୍ରମଣ ଓ ମୃତ୍ୟୁ ରେସରେ ଆଗରେ ଖୋର୍ଦ୍ଧା । ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ ପରେ ବି ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ତେବେ ଖୋର୍ଦ୍ଧାରୁ ବାହାରୁଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ରାଜଧାନୀର । ।ଯାହା ବିଏମସିର ନିଦ ହଜାଇଦେଇଛି ।

ରାଜ୍ୟରେ ଗତ ୨୪ ଘଂଟାରେ ୬୯୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୫୧୭, ସୁନ୍ଦରଗଡ଼ରୁ ୪୭୪, ନୂଆପଡ଼ାରୁ ୪୨୦, ଝାରସୁଗୁଡ଼ାରୁ ୩୯୬, କଳାହାଣ୍ଡିରୁ ୨୯୨, ମୟୁରଭଂଜରୁ ୩୦୮,ନବରଙ୍ଗପୁରରୁ ୨୫୫, ସମ୍ବଲପୁରରୁ ୩୨୩, ବରଗଡ଼ରୁ ୩୩୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଦିନକରେ ୧୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୯କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ଏବଂ ଅନୁଗୁଳ, କଟକ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରୁ ରହିଛନ୍ତି । ଗତ ୧୦ ଦିନ ମଧ୍ୟରେ ରାଜ୍ୟରେ କରୋନାରେ ୮୧ ଜଣଙ୍କ ଜୀବନ ଯାଇଥିବା ବେଳେ ୨୪ଘଂଟା ଭିତରେ ୪୪ହଜାର ୬୪ଟି ନମୁନା ପରୀକ୍ଷା କରାଯାଇଛି ।

ତେବେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାର ୫୧୩ ଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୭୫ହଜାର ୭୨୧ । ଆକ୍ଟିଭ କେସ୍ ୫୭ହଜାର ୭୧୦ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.