THE BYAPINI

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କରୋନା

Get real time updates directly on you device, subscribe now.

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କରୋନା । ଅଶୋକ ଗେହଲଟ୍ ପଜିଟିଭ୍ ନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଗୋଟିଏ ଦିନ ପୂର୍ବର ଅଶୋକ ଗେହଲଟଙ୍କ ପତ୍ନୀ ସୁନୀତା ଗେହଲଟ୍ ଙ୍କ କୋଭିଡ ଟେଷ୍ଟ ପଜିଟିଭ୍ ଆସିଥିଲା । ଆଜି ଅଶୋକ ଗେହଲଟ୍ ପଜିଟିଭ୍ ଚିହ୍ନଟ ହେବା ପରେ ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ତାଙ୍କ ଶରୀରରେ କୋଭିଡର କୌଣସି ଲକ୍ଷଣ ନଥିଲା । ମାତ୍ର ସେ ପରୀକ୍ଷା କରିବା ପରେ ପଜିଟିଭ ଆସିଛି ।

ଅଶୋକ ଗେହଲଟ୍ ଟ୍ୱିଟ୍ କରି କହିଛନ୍ତି ଯେ, ଉଭୟ ନିଜକୁ ଆଇସୋଲେଟ୍ କରିଛନ୍ତି । ଘରେ ହିଁ ସେ ଆଇସୋଲେଟରେ ରହି କାର୍ୟ୍ୟ ଜାରି ରଖିବେ ବୋଲି କହିଛନ୍ତି । ଏବେ ଠିକ୍ ଥିବା କଥା କହିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କୋଭିଡ ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି ।

ରାଜସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଛି । ବୁଧବାର ରାଜ୍ୟରେ ରେକର୍ଡ ସଂଖ୍ୟକ ୧୬୬୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ୧୨୦ ଆକ୍ରାନ୍ତଙ୍କ ଜୀବନ ନେଇଚି କରୋନା ।

Get real time updates directly on you device, subscribe now.

Leave A Reply

Your email address will not be published.