ସଂକ୍ରମଣର ବିସ୍ଫୋରକ ସ୍ଥିତି
ସାରା ଦେଶରେ କରୋନା ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଅଣନିଶ୍ୱାସ ହୋଇପଡିଛନ୍ତି ଲୋକେ । ହସ୍ପିଟାଲରେ ବେଡ ନାହିଁ, ଅକ୍ସିଜେନ ନାହିଁ । ଜୀବନ, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଶହ ଶହ ରୋଗୀ । ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ମୃତୁ ସଂଖ୍ୟା ମଧ୍ୟ ସୁଅ ପରି ବଢିଚାଲିଛି ।
ସାରା ଦେଶରେ ୪ଲକ୍ଷ ମୁହାଁ ହୋଇଛି ଦୈନିକ ସଂକ୍ରମଣ । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୮୬ ହଜାର୪୫୨ ନୂଆ କରୋନା ଆକ୍ରାନ୍ତ । ସେହିପରି ମୃତ୍ୟୁସଂଖ୍ୟା ୩ ହଜାର ଟପିଛି । ୨୪ ଘଂଟାରେ ୩ହଜାର ୪୯୮ ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ ୨ଲକ୍ଷ ୮ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା । ଏବେ ଦେଶରେ ୩୧ଲକ୍ଷ ୭୦ ହଜାର ୨୨୮ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
ମହାରାଷ୍ଟ, ଦିଲ୍ଲୀ ,ଛତିଶଗଡ,ପଶ୍ଚିମବଙ୍ଗ,କର୍ଣ୍ଣାଟକରେ କରୋନା ବିସ୍ଫୋରକ ସ୍ଥିତି ନେଇଛି । କିଛି ରାଜ୍ୟରେ ଲକଡାଉନ,ସଟଡାଉନ ସତ୍ୱେ କଟକଣା କାମ ଦେଉନି । ଚାରିଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି ।