THE BYAPINI

ବନ୍ଦ ହେବ ନନ୍ଦନକାନନ

Get real time updates directly on you device, subscribe now.

କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କଟକଣା କଡାକଡି କରାଯାଇଥିବା ବେଳେ ବନ୍ଦ ହେବ ନନ୍ଦନକାନନ । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ବଟାନିକାଲ୍ ଗାର୍ଡେନ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ମେ’ ୧ରୁ ମେ’ ୧୫ ତାରିଖ ଯାଏ ପର୍ୟ୍ୟଟକଙ୍କ ଲାଗି ନନ୍ଦନକାନନ ବନ୍ଦ ରହିବ ।

ମେ ପହିଲାରୁ ଦର୍ଶକଙ୍କ ପାଇଁ ନନ୍ଦନକାନନ, ସଫାରୀ ବନ୍ଦ ରହିବ । ଏହାସହ ବଟାନିକାଲ ମଧ୍ୟ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।୨୦୨୦ରେ ଲାଗୁ ହୋଇଥିବା ଲକଡାଉନ୍ ପରେ ଗତ ଅକ୍ଟୋବର ୪ ତାରିଖରେ ଖୋଲିଥିଲା ନନ୍ଦନକାନନ। ଏହାର ବଟାନିକାଲ ଗାର୍ଡେନ ମଧ୍ୟ ଖୋଲିଥିଲା। କିନ୍ତୁ ଏବେ ରାଜ୍ୟରେ କରୋନା ସଂକ୍ରମଣ ଅଧିକ ରହିଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି ।

୨୪ ଘଣ୍ଟାରେ ୮୦୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୧୪ ଜଣ ପ୍ରାଣ ହରାଇଛନ୍ତି । ସଂକ୍ରମଣ ରୋକିବାକୁ ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ କଟକଣା ଲାଗୁ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.