ଲାଗିଲା ଲକଡାଉନ ଭଳି କଟକଣା: ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ?
ନିର୍ବାଚନ ଶେଷ ହେବା ପରେ ହିଁ ପଶ୍ଚିମବଙ୍ଗରେ ଆଶିଂକ ଲକଡାଉନ ଲାଗୁ ଘୋଷଣା କରାଯାଉଛି । ଆସନ୍ତାକାଲିଠାରୁ ଏହି କଟକଣା ଲାଗୁ ହେବ । ସପିଂ କମ୍ପ୍ଲେକ୍ସ , ମଲ୍, ବ୍ୟୁଟି ପାର୍ଲର, ସିନେମା ହଲ୍, ରେଷ୍ଟୁରାଣ୍ଟ, ବାର, ଜିମ୍ ଏବଂ ସ୍ପୋର୍ଟସ୍ କମ୍ପ୍ଲେକ୍ସ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର ।
କରୋନା ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ଆସନ୍ତାକାଲି ପଶ୍ଚିମବଙ୍ଗରେ ଲକଡାଊନ କଟକଣା କଡାକଡି କରାଯିବ । ମାର୍କେଟଗୁଡ଼ିକ ଦୈନିକ ୫ ଘଣ୍ଟା ଖୋଲିବ । ପ୍ରଥମେ ସକାଳ ୭ଟାରୁ ୧୦ ଓ ପରେ ୩ଟାରୁ ୫ ଟାଏ ଏଗୁଡ଼ିକ କାର୍ୟ୍ୟକ୍ଷମ ହେବ । ଲକଡାଉନ ବେଳେ ରେଷ୍ଟୁରାଣ୍ଟ, ବାର, ଜିମ ଓ ସୁଇମିଂ ପୁଲ୍ ବନ୍ଦ ରହିବ। ତେବେ ହୋମ ଡେଲିଭରୀ ଓ ଅନ୍ୟ ଅନଲାଇନ କାରବାର ଚାଲୁ ରହିବ। ରାଜ୍ୟରେ ସମସ୍ତ ପ୍ରକାରର ସାଂସ୍କୃତିକ, ସାମାଜିକ, ଧାର୍ମିକ କାର୍ୟ୍ୟକ୍ରମ ବ୍ୟାନ କରାଯାଇଛି। ଔଷଧ ଦୋକାନ ଓ ଗ୍ରୋସରୀ ଦୋକାନକୁ ଆଶିଂକ ଲକଡାଉନରୁ ବାଦ ଦିଆଯାଇଛି।
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଫଳାଫଳ ୨ ତାରିଖରେ ପ୍ରକାଶ ପାଇବ । ସେହିଦିନ ଭୋଟ ଗଣତି ହେବ ଓ ନିର୍ବାଚନ କମିଶନ ଫଳାଫଳ ଘୋଷଣା କରିବେ । ଭୋଟ ଗଣତି ବେଳେ କରୋନା କଟକଣାର ସମସ୍ତ ନିୟମକୁ ପାଳନ କରାଯିବ ବୋଲି ସରକାର କହିଛନ୍ତି।