THE BYAPINI

ନନ୍ଦିଗ୍ରାମରେ ହାରିଗଲେ ମମତା

Get real time updates directly on you device, subscribe now.

() ବୋଧହୁଏ ଗତ କିଛି ବର୍ଷର ନିର୍ବାଚନ ଇତିହାସରେ ଏମିତି ଫଳାଫଳକୁ କେହି ଅପେକ୍ଷା କରିନଥିଲେ, ଯାହା ନନ୍ଦିଗ୍ରାମ କ୍ଷେତ୍ରରେ ଦେଖିବାକୁ ମିଳିଲା । ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଏତେ ସଂଘର୍ଷପୂର୍ଣ୍ଣ ଲଢେଇ ଥିଲା ଯେ, ଶେଷ ରାଉଣ୍ଡ ପର୍ଯ୍ୟନ୍ତ ମଧ୍ୟ କିଏ ଜିତୁଛି ତାହା କହିବା ଥିଲା ମୁସ୍କିଲ । ହେଲେ ଶେଷରେ ନିଜର ପୁରୁଣା ନେତାଙ୍କୁ ହରାଇ ଶୁଭେନ୍ଦୁ ନନ୍ଦିଗ୍ରାମରେ ବାଜି ମାରିନେଇଛନ୍ତି । ବିଜେପି ଯଦିଓ ରାଜ୍ୟରେ କ୍ଷମତା ଦଖଲରୁ ଯଥେଷ୍ଟ ପଛରେ ରହିଲା ତଥାପି ଶୁଭେନ୍ଦୁଙ୍କ ବିଜୟ ଏବଂ ମମତାଙ୍କ ପରାଜୟ ଦଳକୁ କିଛି ମାତ୍ରାରେ ଆଶ୍ୱସ୍ତ କରିଥିବ ନିଶ୍ଚୟ । ଏହି ଲଢେଇରେ ଶେଷ ରାଉଣ୍ଡ ଗଣତିରେ ସ୍ପଷ୍ଟ ସୁଚନା ଆସିଲା, ଶୁଭେନ୍ଦୁ ପାଖାପାଖି ୨୦୦୦ ଭୋଟରେ ବାଜିମାତ କରିଛନ୍ତି । ଯଦିଓ ନନ୍ଦିଗ୍ରାମରେ ମମତା ହାରିଲେ, ହେଲେ ପଶ୍ଚିମବଙ୍ଗରେ ଟିଏମସିର ବିପୁଳ ବିଜୟ ପରେ ପୁଣି ଥରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବା ରାସ୍ତାକୁ ସୁଗମ କରିଛି ।

() ନନ୍ଦିଗ୍ରାମରେ ନିଜ ପରାଜୟକୁ ଦିଦି ସ୍ୱୀକାର କରିନେଇଛନ୍ତି । କହିଛନ୍ତି, ଯେଉଁ ଫଳାଫଳ ଆସିଲା ତାକୁ ସେ ସାଦରେ ଗ୍ରହଣ କରୁଛନ୍ତି । ବଡ କଥା ହେଉଛି, ନନ୍ଦିଗ୍ରାମ ଫଳାଫଳକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ପ୍ରଥମେ ନନ୍ଦିଗ୍ରାମ ଆସନରେ ମମତା ବିଜୟୀ ହେବାର ଖବର ଆସିଥିଲା । ମମତା ନିଜ ପ୍ରତିଦ୍ୱନ୍ଦୀଙ୍କ ପାଖରୁ ୧୨୦୦ ଭୋଟରେ ବିଜୟୀ ହୋଇଥିଲେ ବୋଲି କୁହାଯାଇଥିଲା। ଶେଷ ରାଉଣ୍ଡ ଭୋଟ ଗଣତିରେ ମମତା ଜିତୁଥିବା ଖବର ପ୍ରକାଶ ପାଇଥିଲା ହେଲେ ମାତ୍ର ଘଣ୍ଟାକ ଭିତରେ ଖେଲ ଓଲଟପାଲଟ ହୋଇଗଲା । ଶେଷ ମୁହୂର୍ତ୍ତରେ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ମାତ୍ ଦେଇ ନନ୍ଦିଗ୍ରାମରେ ବିଜୟ ହାସଲ କରିଛନ୍ତି ।
ଆଜି ଏହି ଆସନରେ ପ୍ରାରମ୍ଭିକ ଭୋଟ ଗଣତି ବେଳେ ୮୦୦୦ ରୁ ଅଧିକ ଭୋଟରେ ଶୁଭେନ୍ଦୁ ଆଗରେ ଥିଲେ। ସବୁଠୁ ବଡ଼ କଥା ହେଲେ ରାଜ୍ୟରେ ଟିଏମସି ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ନିଜେ ମମତା ହାରିଛନ୍ତି। ପଶ୍ଚିମବଙ୍ଗରେ ରେକର୍ଡ ସ୍ୱତେ ଦିଦି ନିଜ ଆସନରେ ପରାଜୟ ହୋଇଛନ୍ତି । ଚଳିତ ଥର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପାରମ୍ପରିକ ଆସନକୁ ଛାଡି ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ । ଏଠାରୁ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଥିଲା । ଦୁହିଁଙ୍କ ଭିତରେ କଡା ଟକ୍କର ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ସବୁ ପରେ ପଶ୍ଚିମବଙ୍ଗରେ ଦିଦିଙ୍କ ଜଲୱା ଦେଖିବାକୁ ମିଳିଥିଲେ ହେଁ, ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ବିଜୟୀ ହେବା ସହିିତ ମମତା ପରାସ୍ତ ହୋଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.