THE BYAPINI

ପରୀକ୍ଷାର୍ଥୀଙ୍କୁ କିଭଳି ମିଳିବ ମାଟ୍ରିକ ମାର୍କ?

Get real time updates directly on you device, subscribe now.

ମହାମାରୀ କରୋନାପାଇଁ ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ବାତିଲ କରାଯାଇଥିବା ବେଳେ କେମିତି ହେବ ମୂଲ୍ୟାୟ ତା ଉପରେ ସମସ୍ତ ନଜର ରହିଛି । ତେବେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାୟନ ଚଳିତ ବର୍ଷ ସିବିଏସଇ ଢାଂଚାରେ ହେବ ବୋଲି ନିଷ୍ପତି ନିଆଯାଇଛି । ନବମ ଶ୍ରେଣୀ ପରୀକ୍ଷା ଫଳ ଏବଂ ଦଶମ ଶ୍ରେଣୀର ଟେଷ୍ଟ ପରୀକ୍ଷାର ମାର୍କ ଆଧାରରେ ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ଜଣାପଡିଛି ।

ମେ’ ୩ ତାରିଖ ସୁଦ୍ଧା ସ୍କୁଲଗୁଡ଼ିକ ସବୁ ପରୀକ୍ଷାର୍ଥୀଙ୍କ ନବମ ଓ ଦଶମ ଟେଷ୍ଟ ପରୀକ୍ଷାର ମାର୍କ ତାଲିକା ଡିଇଓ ଅଫିସରେ ଏବଂ ମେଣ୍ଟର ସ୍କୁଲରେ ଦାଖଲ କରିବେ । ଏ ଦିଗରେ ପଦଷେପ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି। ଛାତ୍ରଛାତ୍ରୀଙ୍କୁ ବିକଳ୍ପ ମୂଲ୍ୟାୟନରେ ମାର୍କ ଦେବା ଲାଗି ସିବିଏସ୍‌ଇ ନିୟମାବଳି ଜାରି କରିବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ଆଜି ଏଭଳି ପଦକ୍ଷେପ ନେଇଛି।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଥିବା ନିର୍ଦେଶନାମାରେ କୁହାଯାଇଛି ଯେ ଦଶମ ଶ୍ରେଣୀର ୪ଟି ବିଷୟର ପରୀକ୍ଷାର ମାର୍କକୁ ବିଚାରକୁ ନିଆଯିବ। ପ୍ରଥମ ଅଭ୍ୟାସ ପରୀକ୍ଷା ୪୦ ନମ୍ବର ଲେଖାଏଁ ହୋଇଥିଲା। ସେଥିରୁ ପରୀକ୍ଷାର୍ଥୀ କେଉଁ ବିଷୟରେ କେତେ ମାର୍କ ରଖିଛନ୍ତି ତାହା ଜଣାଇବାକୁ କୁହାଯାଇଛି। ସେହିପରି ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷା ୮୦ ମାର୍କ ଲେଖାଏଁ ହୋଇଥିଲା। ସେଥିରେ ଛାତ୍ରଛାତ୍ରୀ କେଉଁ ବିଷୟରେ କେତେ ମାର୍କ ରଖିଛନ୍ତି ତାହା ଜଣାଇବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିବା ରୋଲ୍‌ ନମ୍ବର, ପରୀକ୍ଷାର୍ଥୀଙ୍କ ନାମ, ସ୍କୁଲ ନାମ, ଜିଲ୍ଲା ନାମ, ମେଣ୍ଟର ସ୍କୁଲ ନାମ ଆଦି ଟାବୁଲେସନ ରେଜିଷ୍ଟରରେ ଉଲ୍ଲେଖ କରିବାକୁ ନିର୍ଦେଶ ଦିଆଯାଇଛି।

ସେପଟେ ବୋର୍ଡର ଏଭଳି ବିଜ୍ଞପ୍ତିକୁ ନେଇ ପ୍ରଶ୍ନ ଉଠାଇଛି ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ । ସଂଘର ସଂପାଦକ ପ୍ରକାଶ ମହାନ୍ତି କହିଛନ୍ତି, ଗତକାଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ବୈଠକ ହେଲା। ତା’ପରେ ସନ୍ଧ୍ୟାରେ ବିଜ୍ଞପ୍ତି ପ୍ରକାଶ କରାଗଲା। ୨୪ ଘଣ୍ଟା ମଧ୍ୟ ସମୟ ଦିଆଯାଇ ନାହିଁ। ଏତେ କମ୍ ସମୟ ଭିତରେ ତଥ୍ୟ ଦାଖଲ କରିବା ଅସମ୍ଭବ। ତେଣୁ ଶିକ୍ଷକମାନଙ୍କୁ ସମୟ ଦିଆଯିବା ଦରକାର।

Get real time updates directly on you device, subscribe now.

Leave A Reply

Your email address will not be published.