THE BYAPINI

ପୁଣି ଡରାଇଲା ମେ’

Get real time updates directly on you device, subscribe now.

ପୁଣି ବାତ୍ୟା ଭୟ । ଫନି ଏବଂ ଅମ୍ପାନ ପରେ ଆସିବାକୁ ଯାଉଛି ଆଉ ଏକ ବାତ୍ୟା । ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ତାମିଲନାଡୁ ଉପକୂଳରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଘନୀଭୂତ ହୋଇ ୧୨ ତାରିଖ ବେଳକୁ ଲଘୁଚାପରେ ଓ ଅଧିକ ଘନୀଭୂତ ହୋଇ ୧୩ ତାରିଖ ଆଡ଼କୁ ବାତ୍ୟାର ରୂପ ନେବ ବୋଲି କିଛି ମ‌ଡେଲ୍‌ ଏମିତି ପୂର୍ବାନୁମାନ କରିଛନ୍ତି । ହେଲେ କିଛି ମଡେଲ ଆକଳନ କରୁଛନ୍ତି ଯେ ଏହା କେବଳ ଘୂର୍ଣ୍ଣିବଳୟରେ ସୀମିତ ରହିବ। ବାତ୍ୟାର ରୂପ ନେବାର ସମ୍ଭାବନା ନାହିଁ।

୨୦୧୯ରେ ମେ ମାସରେ ‘ଫନି’ ଏବଂ ୨୦୨୦ରେ ମେ ମାସରେ ଅମ୍ପାନ ବାତ୍ୟା ଓଡିଶାରେ ତାଣ୍ଡବ ରଚିଥିଲା । ଏବେ କରୋନାର ଦ୍ୱିତୀୟ ଲହରରେ ଓଡିଶାରେ ସ୍ଥିତି ସଂଗୀନ ଥିବା ବେଳେ ଆଉ ଏକ ବାତ୍ୟା ଆସିବା ଶୁଣି ଲୋକେ ଭୟଭୀତ ହୋଇଯାଇଛନ୍ତି । କିଛି ମଡେଲଙ୍କ ଆକଳନ ଅନୁସାରେ ମେ ୧୨ ତାରିଖ ବେଳକୁ ତାମିଲନାଡୁ ନିକଟ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ମେ ୧୩,୧୪ ତାରିଖ ମଧ୍ୟରେ ବାତ୍ୟାର ରୂପନେବାର ସମ୍ଭାବନା ରହିଛି । ତେବେ ଏହି ସମ୍ଭାବ୍ୟ ବାତ୍ୟା ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ବୋଲି ସମ୍ଭାବନା ଥିବା ବେଳେ ଅନ୍ୟ କେତେକ ପାଣିପାଗ ବିଭାଗର ଆକଳନ ଅନୁସାରେ ଏହି ବାତ୍ୟା ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ଛୁଇଁପାରେ ।

ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ଓଡ଼ିଶାକୁ କୌଣସି ବାତ୍ୟାର ସମ୍ଭାବନା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ନାହିଁ । ବଙ୍ଗୋପସାଗରରେ ସେଭଳି କିଛି ସିଷ୍ଟମ୍‌ ସୃଷ୍ଟି ହେଲେ ଆମେ ଖୁବ୍‌ ଶୀଘ୍ର ସୂଚନା ଦେବୁ ବୋଲି ସେ କହିଛନ୍ତି । ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ୧୦ ଓ ୧୧ ତାରିଖ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। କିନ୍ତୁ ଏହା ବାତ୍ୟା ରୂପ ନେବାର ଏଯାଏ କୌଣସି ସମ୍ଭାବନା ପ୍ରକାଶ ପାଇ ନାହିଁ । ସାମ୍ଭାବ୍ୟ ଘୂର୍ଣ୍ଣିବଳୟ କେଉଁ ରୂପ ନେବ ସେ ନେଇ ୩/୪ ଦିନ ପରେ ଅଧିକ ସ୍ପଷ୍ଟ କହିହେବ ବୋଲି ଶ୍ରୀ ସାହୁ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.