THE BYAPINI

କଟକକୁ ୧୦ କୋଟି

Get real time updates directly on you device, subscribe now.

କୋଭିଡ୍ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି । ସିଏମସିକୁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଏହି ଟଙ୍କା କଟକ ମହାନଗର ନିଗମକୁ କୋଭିଡ ପରିଚାଳନା ପାଇଁ ଯୋଗାଇ ଦିଆଯିବ । ତେବେ ସହରରେ ସଂକ୍ରମଣ ବଢୁଥିବା ଦେଖି ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି ।

ଆଗାମୀ ଦିନରେ ଯେପରି କଟକରେ କୋଭିଡ ମୁକାବିଲା ସଠିକ ଏବଂ ସମନ୍ୱୟ ଭାବେ କରାଯିବ, ବେଡ ଠାରୁ ଆରମ୍ଭ କରି କୋଭିଡ ପରିଚାଳନାର ସମସ୍ତ ମୌଳିକ ସୁବିଧା ରହିପାରିବ । ସେନେଇ ଦୃଷ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ମହାନଗର ନିଗମରେ ବଢୁଥିବା ସଂକ୍ରମଣକୁ ଦେଖି ମଧ୍ୟ ୧୦ କୋଟି ଟଙ୍କା ମଞ୍ଜୁର କରିଥିଲେ । ଯେଉଁଥିରେ ସହରର କୋଭିଡ୍ ପରିଚାଳନା ସୁରୁଖୁରୁରେ ହେବ ବୋଲି କୁହାଯାଇଥିଲା ।

ଆଜି ରାଜ୍ୟରେ ୮ ହଜାର ୯୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧,୨୫୮ ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକରୁ ୫୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଓଡିଶାରେ କରୋନା ସଂକ୍ରମଣ ବଢୁଥିବାରୁ ଏଥିରେ ବ୍ରେକ ଲଗାଇବା ପାଇଁ ରାଜ୍ୟସରକାର ମେ ୫ରୁ ୧୯ ଯାଏ ଲକଡାଉନ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.