୨ କୋଟି ଟପିଲା ସଂକ୍ରମଣ
ଦେଶରେ କରୋନା ସ୍ଥିତି ଅସମ୍ଭାଳ ରହିଛି । ଅନେ ରାଜ୍ୟ ଲକଡାଉନ ଘୋଷଣା କରିସାରିଛନ୍ତି । ଦୁଇ ଦିନ ଧରି ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ୩ ଲକ୍ଷ ୫୦ ହଜାର ତଳକୁ ସଂଖ୍ୟା କମିନି ।ଦୈନିକ ସଂକ୍ରମଣ ସାମାନ୍ୟ କମିଥିଲେ ହେଁ ମୃତ୍ୟୁସଂଖ୍ୟା କ୍ରମାଗତ ଭାବେ ୩୫ ଶହ ପାଖାପାଖି ରହୁଛି। ଗତକାଲି ଅପେକ୍ଷା ଆଜି ମୃତ୍ୟୁସଂଖ୍ୟା ବଢ଼ିଛି। ବିଭିନ୍ନ ରାଜ୍ୟରେ ମୃତ୍ୟୁସଂଖ୍ୟା ବଢ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।
ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୫୭,୨୨୯ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩,୪୪୯ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୦୨,୮୨,୮୩୩ ଓ ମୃତ୍ୟୁସଂଖ୍ୟା ୨,୨୨,୪୦୮ରେ ପହଞ୍ଚିଛି।ଆକ୍ରାନ୍ତଙ୍କ ସଂଖ୍ୟା ସହ ସୁସ୍ଥ ସଂଖ୍ୟା ମଧ୍ୟ ଅଧିକ ରହିଛି। ଗତକାଲିଠାରୁ ଆଜି ସୁସ୍ଥ ସଂଖ୍ୟା ଅଧିକ ରହିଥିବା ବେଳେ ଗତ ୨୪ଘଣ୍ଟା ମଧ୍ୟରେ ୩,୨୦,୨୮୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୨୦,୨୮୯ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୧, ୬୬,୧୩, ୨୯୨ରେ ପହଞ୍ଚିଛି। ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୪,୪୭,୧୩୩।
ମହାରାଷ୍ଟ୍ର ଓ ଦିଲ୍ଲୀରେ ମଧ୍ୟ ସଂକ୍ରମଣରେ ଅନେକ ଲୋକଙ୍କ ମୃତୁୃ୍ୟ ହେଉଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୬୭ ଜଣ ପ୍ରାଣ ହରାଇଥିବେ ବେଳେ ଦିଲ୍ଲୀରେ ୪୪୮ ଜଣଙ୍କ ମୃତ୍ୟୁ ଘଟିଛି।