THE BYAPINI

ଭୁବନେଶ୍ୱରରେ ଭୟ ବଢାଉଛି ଭୂତାଣୁ

Get real time updates directly on you device, subscribe now.

ଭୁବନେଶ୍ୱରରେ ଭୟ ବଢାଉଛି ଭୂତାଣୁ । ରାଜ୍ୟରେ ସଂକ୍ରମଣ ସଂଖ୍ୟା ୮ ହଜାର ଉପରେ ରହୁଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଉ ସେଥିରୁ ଅଧିକାଂଶ ଆକ୍ରାନ୍ତ ହେଉଛନ୍ତି ଭୁବନେଶ୍ୱରରେ । ଭୁବନେଶ୍ୱରରେ ଗତ ୨୪ ଘଂଟାରେ ହଜାରେ ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସ୍ଥାନୀୟ ଅଂଚଳରୁ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ବିଏମସି ପାଇଁ ଚିନ୍ତା ବଢିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୧୧୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କ୍ବାରେଣ୍ଟାଇନରୁ ୧୭୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୯୩୯ ଜଣ । ତେବେ ସ୍ଥାନୀୟ ଅଂଚଳରୁ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ଭୟ ବଢାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ କରୋନା ମାମଲା ୪୮୨୫୬ରେ ପହଞ୍ଚିଛି । ସେହିପରି ଏବେ ବି ୮୯୪୭ଟି ସକ୍ରିୟ ମାମଲା ରହିଛି ।

ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ୬୫୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏଯାବତ ଏହି ମହାମାରୀରେ ଆକ୍ରାନ୍ତ ହୋଇ ୨୭୨ଜଣ ଲୋକଙ୍କ ପ୍ରାଣ ଗଲାଣି । ଆଜି ଚିହ୍ନଟ ହୋଇଥିବା ୧୧୧୬ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୭୭ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୯୩୯ଜଣ ରହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.