ଏଣିକି ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିଲେ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ
ଏଣିକି ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିଲେ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ । ବଢୁଥିବା ସଂକ୍ରମଣକୁ ଦେଖି ଏବେ ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ପାଇଁ ନିୟମ କଡାକଡି କରିଛନ୍ତି ରାଜ୍ୟ ସରକାର । ପଡ଼ୋଶୀ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ କରୋନା ଭୂତାଣୁର ନୂଆ ରୂପ ସାମ୍ନାକୁ ଆସିଛି । କରୋନାର ଭିରୁଲେଣ୍ଟ ଭାରିଆଣ୍ଟ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଚିହ୍ନଟ ପରେ ସତର୍କ ହୋଇଛି ଓଡ଼ିଶା ।
ଏହି ୨ ରାଜ୍ୟରୁ ଯେଉଁମାନେ ଫେରୁଛନ୍ତି ସେମାନଙ୍କ ପାଇଁ ୧୪ ଦିନିଆ କ୍ବାରେଣ୍ଟାଇନ୍ ମାଧ୍ୟତାମୂଳକ କରାଯାଇଛି । ଯଦି ୪୮ ଘଣ୍ଟା ପୂର୍ବରୁ ଜଞ-ଚଉଜ ଟେଷ୍ଟ କରିଥିବେ ତେବେ ୭ଦିନ କ୍ବାରେଣ୍ଟାଇନ୍ରେ ରହିବାକୁ ହେବ । ଏହା ସହିତ ଆନ୍ଧ୍ର ଏବଂ ତେଲେଙ୍ଗାନାର ସମସ୍ତ ରାସ୍ତାରେ ଚେକ୍ ପୋଷ୍ଟ ଲାଗି ନିର୍ଦେଶ ଦିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଆନ୍ଧ୍ର ଏବଂ ତେଲେଙ୍ଗାନାରେ କରୋନାର ନୂଆ ଷ୍ଟ୍ରେନ୍ ଦେଖିଯାଇଛି । ତେଣୁ ଏହି ୨ ରାଜ୍ୟ ସୀମାନ୍ତ ୬ ଜିଲ୍ଲାପାଳଙ୍କୁ ସତର୍କ ରହିବା ସହିତ ଚେକିଂ କଡାକଡି କରିବାକୁ ନିର୍ଦେଶ ଦିଆଯାଇଛି । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନାଗିରି ଜିଲ୍ଲାପାଳଙ୍କୁ ଏ ନେଇ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।
ଯେଉଁମାନେ ଯାନବାହାନ ଯୋଗେ ଓଡିଶା ଫେରୁଥିବେ ସେମାନେ ୧୪ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବେ । ଯେଉଁମାନେ କୋଭିଡ ଟିକାର ଦୁଇଟି ଡୋଜ୍ ନେଇଥିବେ କିମ୍ବା ୪୮ ଘଂଟା ଭିତରେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବେ ସେମାନେ ନିଜକୁ ୭ ଘଂଟା ପାଇଁ ସଙ୍ଗରୋଧରେ ରଖିବାକୁ କୁହାଯାଇଛି ।