THE BYAPINI

ଯଦୁପୁର ଗାଁରେ ଗହଳି..

Get real time updates directly on you device, subscribe now.

ନୟାଗଡ଼ ଯଦୁପୁର ଗାଁରେ ପ୍ରତିଦିନ ଏବେ ଭିଡ଼ ଜମୁଛି । ‘ପରୀ’କୁ ନ୍ୟାୟ ଦେବା ପାଇଁ ଏବେ ସମସ୍ତେ ଲାଗିପଡିଛନ୍ତି । ୩ ମାସ ଧରି ପରୀ ହତ୍ୟାକାଣ୍ଡର ନ୍ୟାୟ ନପାଇ ପରୀ ବାପା, ମାଆ ବିଧାନସଭା ଆଗରେ ଆତ୍ମହୁତି ଉଦ୍ୟମ ପରେ ଏବେ ଯେମିତି ସମସ୍ତେ ଚେଇଁ ଉଠିଛନ୍ତି ।

ସୋମବାର ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପରୀ ଗାଁକୁ ଯାଇ ଆସିବା ପରେ ଆଜି ଏସଆଇଟି ଟିମ ନୟାଗଡ ଯଦୁପୁର ଗାଁକୁ ଯାଇ ତଦନ୍ତ କରିଛି । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଯେଉଁ ସ୍ଥାନରେ ପରୀର ମୃତ୍ୟୁ ଘଟିଥିଲା, ସେହି ସ୍ଥାନରେ ପହଂଚି ଶ୍ରୀ ବୋଥ୍ରା ପାରିପାଶ୍ୱିକ ସ୍ଥିତି ଅନୁଧ୍ୟାନ କରିଥିଲେ।

ଗତକାଲି ପରୀ ଗାଁ ଯଦୁୁପୁରରେ ବିଜେପି ନେତାଙ୍କ ଭିଡ ଜମିଥିଲା । ବିଜେପିର ଏକ ପ୍ରତିନିଧି ଦଳ ପ୍ରଥମେ ପରୀର ମୃତଦେହ ମିଳିଥିବା ସ୍ଥାନକୁ ଯାଇଥିଲେ । ଏହା ପରେ ପରୀର ବାପା, ମାଆଙ୍କୁ ଭେଟିଥିଲେ । ଯଦୁପୁରରେ ଗାଁରେ ପୁରା ପୁଲିସ ଛାଉଣୀ କରାଯାଇଥିଲା । ବିଧାନସଭା ବନ୍ଦ ହେବା ପରେ ବିଜେପି ନେତାମାନେ ପରୀ ଗାଁକୁ ଯାଇ ପରୀର ପରିବାର ଲୋକଙ୍କୁ ଭେଟିବା ସହ ଗାଁ ଲୋକଙ୍କ ସହ ବି ଆଲୋନା କରିଥିଲେ । ପରୀ ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ବିଧାନସଭାକୁ ଅଚଳ କରିଦେଇଥିଲେ ବିଜେପି ସଦସ୍ୟ ।

ଆଜି ମଧ୍ୟ ବିଜେପିର ଏକ ପ୍ରତିନିଧି ଦଳ ଯାଇ ରାଜ୍ୟପାଳକୁ ଭେଟିଛନ୍ତି । ଏସଆଇଟି ତଦନ୍ତ ପରେ ବି ଅସନ୍ତୋଷ ଥିବା ବିଜେପି ସଦସ୍ୟ ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ସେପଟେ ପରୀକୁ ନ୍ୟାୟ ଦାବିରେ ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଆଗରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରୀ ମୃତ୍ୟୁ ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଅଛି । ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦାବି କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.