THE BYAPINI

ଭୟ ବଢାଉଛି ଆନ୍ଧ୍ର ଭୂତାଣୁ

Get real time updates directly on you device, subscribe now.

ଦେଶରେ କରୋନା ସଂକ୍ରମଣ ମାଡିଚାଲିଥିବା ବେଳେ ଭୟ ବଢାଉଛି ଆନ୍ଧ୍ରପ୍ରଦେଶ ଭୂତାଣୁ । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ କରୋନାର ଏକ ନୂଆ ମ୍ୟୁଟାଣ୍ଟ ଦେଖାଦେଇଛି । ଯାହା ଅତି ସାଂଘାତିକ । ୧୫ ଗୁଣା ଅଧିକ ସଂକ୍ରାମକ ମାରାତ୍ମକ ଏହି ଭାଇରସ । ଭାରତରେ ଦେଖା ଦେଇଥିବା ଡବଲ ମ୍ୟୁଟାଣ୍ଟଠାରୁ ମଧ୍ୟ ଅଧିକ ଦ୍ରୁତ ବେଗରେ ସଂକ୍ରମିତ ହେଉଛି ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଏହି ଭୂତାଣୁ ।

ସବୁଠାରୁ ବଡକଥା ହେଉଛି ଏହି ଭୂତାଣୁ ବାବଦରେ ଜଣାପଡିବା ପରେ ଅଧିକ ସତର୍କ ହୋଇପଡିଛନ୍ତି ରାଜ୍ୟ ସରକାର । ୧୫ ଗୁଣ ଅଧିକ ସଂକ୍ରାମକ ଏହି ଭୂତାଣୁ ।ଭାରତରେ ଦ୍ୱିତୀୟ ଲହର ଆରମ୍ଭ ବେଳେ ପ୍ରଥମେ ଚିନ୍ତା ବଢାଇଥିଲା ବ୍ରିଟେନ ଭୂତାଣୁ । ମହାରାଷ୍ଟ୍ର ଓ ବ୍ରିଟେନ ଭୂତାଣୁ ଚିହ୍ନଟ ହେବା ପରେ ସଂକ୍ରମଣ ଅଧିକ ହୋଇଥିଲା । ବିଶେଷକରି ବ୍ରିଟେନ ଭୂତାଣୁ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ଥିବାରୁ ଚିନ୍ତିତ ହୋଇପଡିଥିଲେ ବିଶେଷଜ୍ଞ । ଏହି ଭୟ ଭିତରେ ଭାରତରେ ଚିହ୍ନଟ ହେଲା ଡବଲ ମ୍ୟୁଟାଂଟ । ବ୍ରିଟେନ ଭାରିଆଂଟଠାରୁ ଏହା ଅଧିକ ଶକ୍ତିଶାଳୀ ଥିବାରୁ ଦ୍ୱିତୀୟ ସଂକ୍ରମଣର ଏହା ବଡ କାରଣ ବୋଲି କୁହାଗଲା । ଏହି ଆଲୋଚନା ଭିତରେ ଚିହ୍ନଟ ହେଲା ଟ୍ରିପଲ ମ୍ୟୁଟାଂଟ । ପଶ୍ଚିମବଙ୍ଗରେ ପ୍ରଥମେ ଚିହ୍ନଟ ହୋଇଥିଲା ଏହି ଟ୍ରିପଲ ମ୍ୟୁଟାଂଟ ଭୂତାଣୁ ।

ଆନ୍ଧ୍ରରେ ଚିହ୍ନଟ ହୋଇଥିବା ଏହି ଭୂତାଣୁ ଗତବର୍ଷ ଶେଷ ଭାଗରେ ଜଣାପଡିଥିଲା । ସେଲ କଲଚର ଗବେଷଣାରୁ ଏହାର ସଂକ୍ରାମକ ଶକ୍ତି ସମ୍ପର୍କରେ ଜଣାପଡିଥିଲା । ଦକ୍ଷିଣ ଭାରତର ବହୁ ଅଂଚଳରେ ଏହାର ସଂକ୍ରାମକ ରୂପ ଦେଖିବାକୁ ମିଳୁଛି ବୋଲି କୁହାଯାଉଛି । ଆନ୍ଧ୍ରପ୍ରଦେଶର ଭୂତାଣୁ ମଣିଷର ଫୁସଫୁସ କୋଷକୁ ଅଧିକ ପ୍ରଭାବିତ କରୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.