କରୋନା କବଜାରେ ଭାରତ
ଦେଶରେ କମୁନି କରୋନା ସଂକ୍ରମଣ । ପ୍ରତିଦିନ ଯେଭଳି ସଂକ୍ରମଣ ସଂଖ୍ୟା ବଢୁଛି ତାହା ସମସ୍ତଙ୍କ ନିଦ ହଜାଇଦେଇଛି । ସବୁଆଡେ ହାହାକାର ପରିସ୍ଥିତି ଦେଖାଦେଇଛି । ବିଭିନ୍ନ ରାଜ୍ୟରୁ ଯେଭଳି କରୋନାର କରୁଣ ଚିତ୍ର ଆସୁଛି,ତାହା ସମସ୍ତଙ୍କୁ ଦୋହଲାଇଦେଇଛି । କେଉଁଠି ରୋଗୀଙ୍କ ବେଡ଼ ନାହିଁ ତ କେଉଁଠି ଆଇସିୟୁ ନାହିଁ । ଆଉ କେଉଁଠି ଅକ୍ସିଜେନ ଅଭାବରୁ ଲୋକ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଲକଡାଉନ,ସଟଡାଉନ, ନାଇଟ କର୍ଫ୍ୟୁ ସତ୍ୱେ ମଧ୍ୟ ଦେଶରେ ସ୍ଥିତି ଅସମ୍ଭାଳ ହୋଇପଡିଛି ।
ଗତ ୨୪ ଘଂଟାରେ ଦେଶରେ ୪ଲକ୍ଷ ଟପିଲା ସଂକ୍ରମଣ । ସେହି ପରିମାଣରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଦେଶରେ ୪,୧୨, ୨୬୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ହଜାର ୯୮୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୦ ଲକ୍ଷ ୭୭ ହଜାର ୪୧୦କୁ ଛୁଇଁଛି । ସେମାନଙ୍କ ମଧ୍ୟରୁ ୧କୋଟି ୭୨ ଲକ୍ଷ ୮୦ ହଜାର ୮୪୪ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୨୩ଲକ୍ଷ ୧ ହଜାର ୬୮ ଜଣଙ୍କ ଜୀବନ ନେଇଛି ମହାମାରୀ ଭୁତାଣୁ । ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫ ଲକ୍ଷ ୬୬ ହଜାର ୩୯୮ ରହିଛି ।ସେହିପରି ୨୪ ଘଂଟାରେ ୩ଲକ୍ଷ ୨୯,୧୧୩ ଜଣ ସୁସ୍ଥ ହୋଇ ଘରକୁ ଫୋରିଛନ୍ତି ।
ମହାରାଷ୍ଟ୍ର, ଦିଲ୍ଲୀ ଦେଶର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ଅଛନ୍ତି। ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ କରୋନା ଜିନତ ମୃତ୍ୟୁ ସଂଖ୍ୟା ୯୨୦ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ଏହି ମୃତ୍ୟୁ ସଂଖ୍ୟା ୮୯୧ ଥିଲା। ଏହାର ଦୁଇ ଦିନ ପୂର୍ବରୁ ଶନିବାର ଏହି ସଂଖ୍ୟା ୮୦୨ ଏବଂ ଶୁକ୍ରବାର ଦିନ ଏହା ୮୨୮ ଥିଲା। ଏବେ ମହାରାଷ୍ଟ୍ରରେ ମୋଟ୍ କୋଭିଡ ମୃତ୍ୟୁ ସଂଖ୍ୟା ୭୨,୬୬୨କୁ ଛୁଇଁଛି।