THE BYAPINI

କୋଭିଡ ସେଂଟରରୁ ରୋଗୀ ଗାଏବ!

Get real time updates directly on you device, subscribe now.

କୋଭିଡ ସେଂଟରରୁ ରୋଗୀ ଗାଏବ । ରାଜ୍ୟରେ କରୋନା ସ୍ଥିତି ସଂଗୀନ ଥିବା ବେଳେ ଅନୁଗୁଳରୁ ଆସିଛି ଏକ ଏଭଳି ଖବର । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସରକାର କୋଭିଡ଼ ସେଂଟର ଖୋଲିଛନ୍ତିା ହେଲେ ସେଠାରେ ଭର୍ତି ହେବା ପରେ ରୋଗୀ ଗାଏବ ହୋଇଯାଇଛନ୍ତି । କୁଆଡେ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି ତାହା ମଧ୍ୟ ଜଣାପଡୁନି । ଆଉ ବାପାକୁ ଖୋଜି ଖୋଜି ନପାଇ ଶେଷରେ ଥାନାରେ ଏତଲା ଦେଇଛନ୍ତି ପୁଅ । ଆନୁଗୁଳ ଛେଣ୍ଡିପଦା ଅଂଚଳରୁ ଆସିଛିି ଏଭଳି ଅଭିଯୋଗ ।

ଗତ ୩୦ ତାରିଖରେ ଅନୁଗୁଳ ପରା ଗାଁର ଗୋବିନ୍ଦ ପ୍ରଧାନଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଛାତିରେ ଯନ୍ତ୍ରଣା ଅଭାବରୁ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ତାଙ୍କ ପୁଅ । ସେଠାରେ ତାଙ୍କର ପରୀକ୍ଷା ପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କୁ ଆଦର୍ଶ କୋଭିଡ କେୟାର ସେଂଟର ଭର୍ତି କରାଯାଇ ଚିକିତ୍ସା ଚାଲିଥିଲା । ବାପାଙ୍କ ସହ ଯୋଗାଯୋଗ ପାଇଁ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ପୁଅ ଏକ ଫୋନ ତାଙ୍କୁ ଦେଇକି ଆସିଥିଲେ । ହେଲେ ତାପରଦିନ ଗୋବିନ୍ଦଙ୍କୁ ତାଙ୍କ ଝିଅ ଫୋନ କରିବାକୁ ତାଙ୍କୁ ଆଦର୍ଶ କେୟାର ସେଂଟରରୁ ଅନ୍ୟ ଆଡକୁ ସ୍ଥାନାନ୍ତର କରାଯାଇଥିବା କହିଥିଲେ ।

ଏହା ପରେ ପୁଅ ଯୁଗଳ ବାପାଙ୍କୁ ଯେତେ ଫୋନ କଲେ ମଧ୍ୟ ତାଙ୍କ ଫୋନ ଲାଗିନଥିଲା । ଆଦର୍ଶ କୋଭିଡ କେୟାର ସେଂଟରରେ ପହଂଚି ବାପାଙ୍କ ବାବଦରେ ପଚରା ଉଚରା କରିବାରୁ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା କୁହାଯାଇଥିଲା । ହେଲେ ସେଠାରେ ବି ବୁଝିବାରୁ ତାଙ୍କ ବାପାଙ୍କ ପତା ପାଇନଥିଲେ ।
ବାପା ହଠାତ କୋଭିଡ ସେଂଟରରୁ କୁଆଡେ ଗଲେ ସେ ନେଇ ପୁଅ ଯୁଗଳ ଅନେକ ପଚରାଉଚରା ପରେ ମଧ୍ୟ କୌଣସି ସନ୍ଧାନ ପାଇନାହାନ୍ତି । ଶେଷରେ ନିରାଶ ହୋଇ ବାପାଙ୍କୁ ଖୋଜିବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୁଅ । ଅନୁଗୁଳ ସଦର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ପୁଅ ଯୁଗଳ ।

Get real time updates directly on you device, subscribe now.

Leave A Reply

Your email address will not be published.