THE BYAPINI

ପ୍ରଦୀପ୍ତଙ୍କ ପାଇଁ ପ୍ରାର୍ଥନା..

Get real time updates directly on you device, subscribe now.

ଭେଂଟିଲେଟରରେ ବିରୋଧୀ ଦଳ ନେତା । ରାଜ୍ୟରେ କରୋନା ତାର କାୟା ମେଲାଉଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କରୋନା ଆକ୍ରାନ୍ତ ହେବା ପରେ ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଏମ୍ସରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଥିବା ବେଳେ ପ୍ରଦୀପ୍ତ ନାୟକ କିଭଳି ଶୀଘ୍ର ସୁସ୍ଥ ହୋଇଯାନ୍ତୁ ସେ ନେଇ ସମସ୍ତେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

କରୋନାର ଦ୍ୱିତୀୟ ଲହର ଯେ ଏତେ ଭୟଙ୍କର ହେବ କେହି ଜାଣିନଥିଲେ । କେହି କେତେବେଳେ କରୋନାରେ ସଂକ୍ରମିତ ହେବେ କହିହେବନି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗତ ୧୯ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ସେ ନିଜେ ଏନେଇ ଟୁଇଟରରେ ସୂଚନା ଦେଇଥିଲେ । ଏହାର ୫ ଦିନ ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ ଏମସରେ ଭର୍ତି କରାଯାଇଥିଲା । କିନ୍ତୁ କିଛି ଦିନ ସ୍ଥିର ରହିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ଆରମ୍ଭ କରିଥିଲା । ଶେଷରେ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ।

ପ୍ରଦୀପ୍ତଙ୍କ ଅକ୍ସିଜେନ ସ୍ତର ଓ ରକ୍ତଚାପ କ୍ରମଶଃ ହ୍ରାସ ପାଉଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।ପ୍ରଦୀପ୍ତଙ୍କ ପରବର୍ତ୍ତୀ ଚିକିତ୍ସା ନେଇ ଦିଲ୍ଲୀ ଏମସ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଏଠାକାର ଡାକ୍ତରୀ ଟିମ୍‌ । କିପରି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ, ସେନେଇ ଗୁରୁତ୍ୱ ଦିଆଯାଇଛି । ତେବେ ପ୍ରଦୀପ୍ତ କିଭଳି ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ସେ ନେଇ ସମସ୍ତେ ପ୍ରାର୍ଥନା କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.