କରୋନା ରୋଗୀଙ୍କୁ କେମିତି ଦିଆଯିବ ନୂଆ ଔଷଧ?
କରୋନା ରୋଗୀଙ୍କୁ ଔଷଧ ଦେବା ନେଇ ଆସିଲା ନୂଆ ଏସଓପି । କେନ୍ଦ୍ର ଗୃହ ମନ୍ତ୍ରାଳୟ କରୋନା ରୋଗୀଙ୍କୁ ମେଡିସିନ୍ ଦେବା ନେଇ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ତୋସିଲିଜୁମାବ ଓ ଅନ୍ୟ ନୂଆ ଔଷଧର ଆବଶ୍ୟକତା ଓ ବ୍ୟବହାର ନେଇ ଏହି ଏସଓପି ଜାରି ହୋଇଛି । ନୂଆ ନିୟମ ଅନୁସାରେ ଅକ୍ସିଜେନ ଆବଶ୍ୟକ କରୁଥିବା ରୋଗୀଙ୍କୁ ଦିଆଯାଇପାରିବ ନୂଆ ଔଷଧ । ଗୁରୁତର ରୋଗୀ କିମ୍ବା ଭେଂଟିଲେଟରରେ ଥିବା ରୋଗୀଙ୍କୁ ମଧ୍ୟ ଏହିସବୁ ଔଷଧ ଦିଆଯାଇପାରିବ ।
କରୋନା ରୋଗୀଙ୍କୁ ଔଷଧ ଓ ଇଂଜେନକ୍ସନ ଦେବା ପାଇଁ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି । ନୂଆ ଗାଇଡଲାଇନ ଅନୁସାରେ ଔଷଧ ଦେବାକୁ ସମସ୍ତ ଜିଲ୍ଲାପାଳ, ମୁନିସିପାଲ କମିଶନର, ସିଡିଏମଓଙ୍କୁ ଚିଠି କରାଯାଇଛି । ଭେଣ୍ଟିଲେଟରରେ ଥିବା ରୋଗୀ, ଅକ୍ସିଜେନ ଲେବଲ କମ୍ ଥିବା ରୋଗୀଙ୍କୁ ଔଷଧ ଦିଆଯାଇପାରିବ। ଇଞ୍ଜେକ୍ସନ ଦେବା ପୂର୍ବରୁ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯିବ। କରୋନା ରୋଗୀଙ୍କୁ ଔଷଧ ଦେବା ନେଇ ଊଉଏଓ ଅନୁମତି ଦେଇଛନ୍ତି।
।
ମେଡିସିନ୍ ବ୍ୟବହାର ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ପ୍ରୋଟୋକଲ୍ ମଧ୍ୟ ଜାରି କରାଯାଇଛି । ଗାଇଡଲାଇନ୍ ଜାରି ପରେ ନୂଆ ମେଡିସିନ୍ ବ୍ୟବହାର ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କର୍ପୋରେସନ, ସିଡିଏମ ଓ ପିଏଚଓକୁ ଚିଠି ଲେଖିଛନ୍ତି ।