THE BYAPINI

ସୁନ୍ଦରଗଡ଼ରେ ସ୍ଥିତି ସାଂଘାତିକ

Get real time updates directly on you device, subscribe now.

ରାଜ୍ୟ କରୋନା ସଂକ୍ରମଣ ଲମ୍ବା ଡିଆଁ ମାରିଥିବା ବେଳେ ଚିନ୍ତା ବଢାଇଛି ସୁନ୍ଦରଗଡ । ସୁନ୍ଦରଗଡରେ ସ୍ଥିତି ସାଂଘାତିକ ହୋଇପଡିଛି । କଟକଣା ପରେ ବି ଅଣାୟତ ସଂକ୍ରମଣ । ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଜିଲ୍ଲାରେ ବଢିଚାଲିଛି । ଜିଲ୍ଲାରେ କିଭଳି ସଂକ୍ରମଣ ନିୟନ୍ତ୍ରଣକୁ ଅଣାଯାଇପାରିବ ତାହା ଏବେ ସମସ୍ତଙ୍କୁ ଚିନ୍ତା ।

ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ଜିଲ୍ଲାରେ ଦିନକୁ ୨ ହଜାର ଡେଇଁଛି ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଂଟାରେ ୧୨ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ଆକ୍ରାନ୍ତ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି । କେବେଳ ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨ ହଜାର ୭୩ ଆକ୍ରାନ୍ତ । ଯାହା ଜିଲ୍ଲା ପ୍ରଶାସନର ନିଦ ହଜାଇଦେଇଛି । ସେହିପରି ଜିଲ୍ଲାରେ ଦିନକରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ ଏବେ ସଂକ୍ରମଣ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ବେଳେ ଲୋକମାନେ ସଚେତନ ହେବା ସହ କୋଭିଡ ନିୟମ ମାନି ଘରେ ରହିବା ଦରକାର । ନହେଲେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହୋଇପାରେ ।

ସୁନ୍ଦରଗଡ଼ ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଏଠାରୁ ୧୮୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ଜିଲ୍ଲାରୁ ୯୧୬ ଜଣ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାରୁ ୫୮୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୫୪୪, ଅନୁଗୋଳ ଜିଲ୍ଲାରୁ ୪୮୦, ବାଲେଶ୍ୱରରୁ ୪୩୭, ବରଗଡ଼ରୁ ୪୭୫, ଭଦ୍ରକରୁ ୩୮୧,ଗଞ୍ଜାମରୁ ୩୧୨, ଯାଜପୁରରୁ ୩୧୮, ଝାରସୁଗୁଡ଼ାରୁ ୩୦୬ ଓ ପୁରୀରୁ ୩୬୯ ଜଣ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.