THE BYAPINI

ସଂକ୍ରମଣ ସଂଖ୍ୟା ବଢୁଛି, ବେଡ଼ ବଢିବ

Get real time updates directly on you device, subscribe now.

ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିଚାଲଥିବା ବେଳେ କଟକରେ ମଧ୍ୟ ଦିନକରେ ପ୍ରଥମ ଥର ପାଇଁ ହଜାରେ ଟପିଛି ସଂକ୍ରମଣ । କଟକରେ କେମିତି ଚାଲିଛି କରୋନା ମୁକାବିଲା ସେ ନେଇ ଆଜି ସିଏମସି କମିଶନର ଅନନ୍ୟା ଦାସ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । କ୍ରମାଗତ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏସସିବିରେ ଆଉ ଶହେ ବେଡ଼ ବଢାଯିବ ବୋଲି କହିଛନ୍ତି । ଶହେ ବେଡ଼ରୁ ୪୧ ଆଇସିୟୁ ରହିବ । ଏସସିବିକୁ ମିଶାଇ କଟକରେ ଏବେ ୧୨ ଶହ ବେଡ୍, ୩ଶହ ଆଇସିୟୁ ଅଛି।

ସେହିପରି ଆକ୍ରାନ୍ତମାନଙ୍କୁ ସ୍ଥାନାନ୍ତର କରିବା ପାଇଁ କଟକ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ କଣ୍ଟ୍ରୋଲ ରୁମ ନମ୍ବର ଜାରି କରାଯାଇଛି । ୭୦୭୭୭୭୫୫୫୫ ଏବଂ ୧୮୦୦-୩୪୫୮୨୮୯କୁ ଡାଏଲ୍ କରି ଲୋକମାନେ କଟକରେ ରୋଗୀଙ୍କ ସ୍ଥାନାନ୍ତର ସମ୍ବନ୍ଧୀୟ ସମସ୍ତ କଥା ଜାଣିପାରିବେ । ସେ ଆହୁରି କହିଛନ୍ତି ଯେ, ବହୁତ ଲୋକଙ୍କୁ ଜ୍ୱର କାଶ କିମ୍ବା ଥଣ୍ଡା ହେଲେ ଏହାକୁ ସାଧାରଣ ଭାବି ଚିକିତ୍ସାରେ ବିଳମ୍ବ କରୁଛନ୍ତି। ଯଦି କାହାକୁ ଜ୍ୱର ହେଉଛି, ସେମାନେ ୨ରୁ ୩ ଦିନ ଅପେକ୍ଷା କରୁଛନ୍ତି। ଏହା କରନ୍ତୁ ନାହିଁ। ଏପରିକି ରିପୋର୍ଟ ଆସିବା ପର୍ୟ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ। ବିଳମ୍ବରେ ଚିକିତ୍ସା କରାଗଲେ ରୋଗୀ ବିପଦ ପଡ଼ିପାରେ। ବିଳମ୍ବ ନକରି ଟେଷ୍ଟିଂ କରିବା ସହ ତୁରନ୍ତ ଚିକିତ୍ସା ଆରମ୍ଭ ହେବା ଦରକାର ବୋଲି ସେ କହିଛନ୍ତି।

ଏବେ କଟକ ସହରରେ ୩୬୮୫ ଆକ୍ଟିଭ କେସ୍ ରହିଛି। ୩୬୮୫ରୁ ୮୮% ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଅଛନ୍ତି। କୋଭିଡ଼ କେୟାର ସେଣ୍ଟରରେ ୪୦ରୁ ୫୦% ସିଟ୍ ଫିଲପ୍ ରହିଛି। ସେଥିରୁ ୧୦% ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତରଣ କରିବାକୁ ପଡୁଛି।

Get real time updates directly on you device, subscribe now.

Leave A Reply

Your email address will not be published.