ଟିକା ଆସିବ ବିଦେଶରୁ
ଟିକା ପାଇଁ ହେବ ଗ୍ଲୋବାଲ ଟେଣ୍ଡର । ରାଜ୍ୟବାସୀ ଯେପରି ଟିକା ସୁବିଧାରେ ପାଇପାରିବେ ସେଥିପାଇଁ ବିଶ୍ୱର ବିଭିନ୍ନ ଟିକା କମ୍ପାନୀରୁ ଟିକା ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ । ଟିକା ସଂଗ୍ରହ ନିମନ୍ତେ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଜାରି କରିବାକୁ କ୍ୟାବିନେଟରେ ନିଷ୍ପତି ହୋଇଛି ।
ଟିକା ପାଇଁ ରାଜ୍ୟ ସରକାର ଆହ୍ୱାନ କରିବେ ଗ୍ଲୋବାଲ ଟେଣ୍ଡର ।ଗ୍ଲୋବାଲ ଟେଣ୍ଡର କରାଯିବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତି ହୋଇଛି । ବିଭିନ୍ନ ଟିକା କମ୍ପାନୀରୁ ଟିକା ସଂଗ୍ରହ ପାଇଁ ହେବ ଗ୍ଲୋବାଲ ଟେଣ୍ଡର । ଗୁରୁତର ଥିବା ଲୋକଙ୍କର ଶୀଘ୍ର ଟିକାକରଣ ଓ ମୂଲ୍ୟବାନ ଜୀବନର ସୁରକ୍ଷା ସହିତ ଲୋକଙ୍କ ଜୀବନଜୀବିକା ର ପୁନଃସ୍ଥାପନରେ ଏହା ସହାୟକ ହେବ । ଏଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ । ଏବଂ ଏହା ବିଶଦ ବ୍ୟବସ୍ଥା ଉପରେ ଧ୍ୟାନ ଦେବ ।
ଟିକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇନ୍ତି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ ଚାପ ପଡିବ ଏବଂ ସାର୍ବଜନୀନ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ ।
ମହାମାରୀ ବିରୋଧରେ ଲଢେଇ ଓ କୋଭିଡ ଯୋଦ୍ଧାମାନେ ଯେପରି ତ୍ୟାଗ ଓ ନିଷ୍ଠା ମନୋଭାବ ନେଇ କାମ ଜାରି ରଖିଛନ୍ତି ରାଜ୍ୟ କ୍ୟାବିନେଟ ତାର ଉଚ୍ଚ ପ୍ରଶଂସା କରାଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାବାସୀଙ୍କ ପାଇଁ ଟୀକା ସଂଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା, ଟୀକା ଯୋଗାଣକୁ ସୁନିଶ୍ଚିତ କରି ରାଜ୍ୟବାସୀଙ୍କୁ ସୁରଷିତ ରଖିବା ଏବଂ ଶୀଘ୍ର ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସକଲ୍ପବଦ୍ଧ ଥିବା କୁହାଯାଇଛି ।