THE BYAPINI

ମହାଦେବଙ୍କ ଦୁଆରେ ମୁଖ୍ୟମନ୍ତ୍ରୀ…

Get real time updates directly on you device, subscribe now.

ଶ୍ରୀକ୍ଷେତ୍ର ଭଳି ଏକାମ୍ର କ୍ଷେତ୍ରକୁ ବିଶ୍ବ ଐତିହ୍ୟ କରିଡରରେ ସାମିଲ କରିବାକୁ ରାଜ୍ୟ ସରକାର ଯେଉଁ ଯୋଜନା କରିଥିଲେ। ତାହା ଆଗାମୀ ଦିନରେ ବାସ୍ତବ ରୂପ ନେବାକୁ ଯାଉଛି । ରାଜଧାନୀ ଭୁବନେଶ୍ବରରେ ଏକାମ୍ର ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ନିଜେ ଲିଙ୍ଗରାଜ ମନ୍ଦିର ନିକଟରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି।

ଏକାମ୍ର ଯୋଜନାରେ ଯେତେବେଳେ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ ସୌନ୍ଦର୍ଯ୍ୟକରଣ ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ ସେତେବେଳେ ସେହି ସମୟରେ ସେବାୟତଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ସେବାୟତଙ୍କ ସମସ୍ୟା ଶୁଣିଥିଲେ ନବୀନ । ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର‌୍ୟ୍ୟକରଣ ପାଇଁ ଜାଗା ଦେଇଥିବାରୁ ଧନ୍ୟବାଦ ଜଣାଇବା ସହ ମନ୍ଦିର ନେଇ ଆଇନ ଆଣିବାକୁ ସେବାୟତ କହିଥିଲେ । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ ଅଧିକ ପର‌୍ୟ୍ୟଟକଙ୍କୁ ସେଠାକୁ ଆକର୍ଷିତ କରିବାରେ ଏହି ଯୋଜନା ଏକ ସଫଳ ଉଦ୍ୟମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଶ୍ରୀକ୍ଷେତ୍ର ଭଳି ନୂଆ ରୂପ ପାଇବ ଏକାମ୍ରକ୍ଷେତ୍ର । ପ୍ରାୟ ୬୬ଏକର ଜମି ଉପରେ ଏକାମ୍ର ବିକାଶ ଯୋଜନା ବାସ୍ତବ ରୂପ ନେବାକୁ ଯାଉଛି । ଆସନ୍ତା ଶିବରାତ୍ରୀ ବେଳକୁ ଏକକାଳୀନ ୨ଲକ୍ଷ ଶ୍ରଦ୍ଧାଳୁ ଲିଙ୍ଗରାଜ ମନ୍ଦିର ବାହାରୁ ମହାଦୀପ ଦର୍ଶନ କରିପାରିବେ । ଆଗକୁ ୟୁନେସ୍କୋ ବିଶ୍ବ ଐତିହ୍ୟସ୍ଥଳୀରେ ସ୍ଥାନ ପାଇବ ଏକାମ୍ର କ୍ଷେତ୍ର । ମୁଖ୍ୟମନ୍ତ୍ରୀଙ୍କ ଫାଇଭ ଟି କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି ମୁଖ୍ୟମନ୍ତ୍ରୀ ଦେବୀ ପାଦହରା ପୁଷ୍କରଣୀ ବୁଲି ଦେଖିବା ସହ ବିନ୍ଦୁସାଗର ମଠଘାଟ ଠାରେ ପ୍ରକଳ୍ପ କାର‌୍ୟ୍ୟର ସମୀକ୍ଷା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.