THE BYAPINI

ଟିକା ନେବେ ସାଧୁସନ୍ଥ ଓ ଭିକାରୀ

Get real time updates directly on you device, subscribe now.

ରାଜ୍ୟରେ କରୋନା ଚେନକୁ ବ୍ରେକ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣକୁ ଜୋରଦାର କରାଯାଇଛି । ଏଣିକି ପରିଚୟ ପତ୍ର ନଥିଲେ ମଧ୍ୟ ଟିକା ନେଇପାରିବେ ସାଧୁ ସନ୍ଥ, ଭିକାରୀ,କଏଦୀ ଓ ବୃଦ୍ଧାଶ୍ରାମ ଅନ୍ତେବାସୀ । ଏମାନଙ୍କ ପାଖରେ କୌଣସି ପରିଚୟ ପତ୍ର ନଥିବାରୁ ଏମାନଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । କୋ-ୱିନ ପୋର୍ଟାଲରେ ହେବ ସ୍ୱତନ୍ତ୍ର ଅଧିବେଶନ ।

ବିନା ପରିଚୟପତ୍ରରେ ବି ଟିକା ନେଇପାରିବେ ରାଜ୍ୟରେ ଥିବା ସାଧୁସନ୍ଥ, ଭିକାରୀ,କଏଦୀ,ବୃଦ୍ଧାଶ୍ରାମୀ ଅନ୍ତେବାସୀ । ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନଙ୍କୁ ଚିଠି ଲେଖିଛନ୍ତ ସ୍ୱାସ୍ଥ୍ୟ ବିଭାଗର ଅତିରକ୍ତ ଶାସନ ସଚିବ । ଏବେ ଟିକା ନେବା କୋୱିନ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ପଡୁଛି । ଯେକୌଣସି ପ୍ରମାଣପତ୍ର ଦେଖାଇବାକୁ ପଡୁଛି । କିନ୍ତୁ ଏମାନଙ୍କ ପାଖରେ କୌଣସି ପରିଚୟ ପତ୍ର ନଥିବାରୁ ଏମାନଙ୍କୁ ଟିକା ଦେବାକୁ ସରକାର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.