ଭୟଭୀତ ନହେବାକୁ ପରାମର୍ଶ
କୋଭିଡ ସମୟରେ ଭୟଭୀତ ନହେବାକୁ ପରାମର୍ଶ । ପଜିଟିଭ ହେଲେ କରୋନା ରୋଗୀ କିପରି ରହିବେ, ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ସାରଦା ପ୍ରସନ୍ନ ସ୍ୱାଇଁ । କରୋନା ରୋଗୀ ଭୟଭୀତ ହେଲେ ରୋଗ ଅଧିକ ଆକ୍ରାନ୍ତ କରିବ । ଭୟଭୀତ ହେଲେ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେଲେ କରୋନା ଅଧିକ ଆକ୍ରାମକ ହୁଏ ବୋଲି ଏସ୍ସିବି ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ସାରଦା ସ୍ୱାଇଁ କହିଛନ୍ତି।।
ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ସାରଦା ସ୍ୱାଇଁ କହିଛନ୍ତି, ଡାକ୍ତରୀ ଔଷଧ ସହ ଯୋଗ, ପ୍ରାଣାୟମ ଓ ୱାକିଂ କରିବା ଉଚିତ। ଆଗରୁ କୌଣସି ଲୋକଙ୍କ ପାଖରେ ମାନସିକ ରୋଗ ଥିଲେ ବର୍ତ୍ତମାନ ମହାମାରୀ ସମୟରେ ଏହା ପ୍ରଭାବିତ ହେବାର ମଧ୍ୟ ଯଥେଷ୍ଟ ଆଶଙ୍କା ରହିଛି । ହେଲେ ଲୋକମାନେ ଏଥିପ୍ରତି ଭୟଭୀତ ନହେବା ସହିତ ନିଜକୁ ସବୁବେଳେ କୌଣସି ନା କୌଣସି କାମରେ ନିୟୋଜିତ କରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।ମାନସିକ ରୋଗୀ କରୋନା ଆକ୍ରାନ୍ତ ହେଲେ ଉଭୟ ଔଷଧ ଖାଇପାରିବେ। କରୋନା ପାଇଁ ଔଷଧ ଓ ମାନସିକ ରୋଗ ପାଇଁ ଔଷଧ ଖାଇପାରିବେ। ମାନସିକ ରୋଗୀ ମଧ୍ୟ ଟିକା ନେଇପାରିବେ।”ଏହାସହ ଘରେ ସଙ୍ଗରୋଧରେ ରହୁଥିବା ବ୍ୟକ୍ତି ୨୪ ଘଂଟା ଘର ଭିତରେ ବନ୍ଦ ନରହି କିଛି ଶାରିରୀକ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ତେବେ ଜଣେ ମାନସିକ ରୋଗୀ କିଭଳି ଉପଯୁକ୍ତ ଭାବେ କୋଭିଡ୍ ଗାଇଡଲାଇନ୍ ପାଳନ କରିବ ତା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଏଥିସହ ସମସ୍ତେ ମାସ୍କ ଓ ସାମାଜିକ ଦୂରତା ପାଳନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।