THE BYAPINI

କେବେ ନେବେ ଦ୍ୱିତୀୟ ଡୋଜ?

Get real time updates directly on you device, subscribe now.

କୋଭିିସିଲ୍ଡ କରୋନା ଟିକାର ଦୁଇଟି ଡୋଜ ମଧ୍ୟରେ ଥିବା ସମୟସୀମାକୁ ବୃଦ୍ଧି କରିଯାଇଛି । ଏଣିକି ୩ ମାସ ପରେ ଅର୍ଥାତ ପ୍ରଥମ ଡୋଜ ନେବାର ୧୨ରୁ ୧୬ ସପ୍ତାହ ମଧ୍ୟରେ ନେବେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ । ଦୁଇଟି ଡୋଜ୍‌ ମଧ୍ୟରେ ଥିବା ସମୟ ସୀମାକୁ ବୃଦ୍ଧି କରିବା ପାଇଁ ବିଶେଷଜ୍ଞ କମିଟି ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଭାରତ ସରକାର।ଏ ପର୍ୟ୍ୟନ୍ତ କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ୬ ରୁ ୮ ସପ୍ତାହ ରହିଥିଲା।

ଦେଶରେ କରୋନାର ଦ୍ଵିତୀୟ ଲହରର ପ୍ରକୋପ ସହ ଟିକାକରଣ ଅଭିଯାନ ଉପରେ ସରକାର ଗୁରୁତ୍ଵାରୋପ କରିଛନ୍ତି। ୧୮ରୁ ୪୪ ବର୍ଷ ବର୍ଗ ଲୋକଙ୍କ ଟିକାକରଣ ଚାଲିଛି। କରୋନା ମୁକାବିଲା ପାଇଁ ବର୍ତ୍ତମାନ ଲୋକଙ୍କୁ କୋଭିସିଲ୍ଡ ଓ କୋଭାକ୍ସିନର ଦୁଇ ଡୋଜ୍‌ ଟିକା ଦିଆଯାଉଛି। ତେବେ କୋଭିସିଲ୍ଡ ଟିକାର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନକୁ ବଢାଯାଇ ୧୨ ରୁ ୧୬ ସପ୍ତାହ କରାଯାଇଛି।

ମାର୍ଚ୍ଚ ମାସରେ କେନ୍ଦ୍ର ସରକାର କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ବ୍ୟବଧାନକୁ ୨୮ ଦିନରୁ ୬ରୁ ୮ ସପ୍ତାହକୁ ବୃଦ୍ଧି କରିବାକୁ କହିଥିଲେ। ବର୍ତ୍ତମାନ ଲୋକଙ୍କୁ ୬ରୁ ୮ ସପ୍ତାହ ମଧ୍ୟରେ ଟିକା ଦିଆଯାଉଥିଲା। କିନ୍ତୁ ଆଜି ଏହାକୁ ୧୨ରୁ ୧୬ ସପ୍ତାହ କରି ଦିଆଯାଇଛି। ଦେଶରେ ସଂକ୍ରମଣ ଉପରୁମହାଁ ଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ଟିକାକରଣ ଉପରେ ଗୁରତ୍ୱ ଦେଉଛନ୍ତି ସରକାର । ଅଧିକରୁ ଅଧିକ ଲୋକ କିଭଳି ଟିକା ନେଇପାରିବେ ସେ ନେଇ ଫୋକସ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.