THE BYAPINI

ମୁଁ ହରାଇଲି କରୋନାକୁ..

Get real time updates directly on you device, subscribe now.

ଯେଉଁଠି ବୟସ ଆଗରେ ହାର ମାନିଛି ସଂକ୍ରମଣ । କରୋନାରେ ସଂକ୍ରମିତ ହୋଇ ଡରିଯାଇନାହାନ୍ତି ବଂର ତାଙ୍କ ଶକ୍ତି ଆଗରେ ହାର ମାନିଛି ମହାମାରୀ । ଯୁବକଠୁ ବୃଦ୍ଧ ସମସ୍ତେ ଯେତେବେଳେ କରୋନା କବଳିତ ହୋଇ କଲବଲ ହେଉଛନ୍ତି । ହଜାର ହଜାର ଲୋକଙ୍କ ଜୀବନ ମଧ୍ୟ ପଳାଉଛି ସେତେବେଳେ କରୋନାକୁ ମାତ ଦେଇଛନ୍ତି ୯୮ ବର୍ଷୀୟା ବୃଦ୍ଧା । ଓଡିଶାର ସମ କୋଭି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ବୃଦ୍ଧା ଜଣକ କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି ।

ଭୁବନେଶ୍ୱର ଚନ୍ଦ୍ରଶେଖର ଅଂଚଳର ଅନ୍ନପୂର୍ଣ୍ଣା ବିଶ୍ୱାଳ । ବୟସ ୯୮ । ଏହି ବୃଦ୍ଧା ଜଣକ ଫାଇଲେରିଆ, ଉଚ୍ଚ ରକ୍ତଚାପ, ମଧୁମେହ ରୋଗରେ ପୀଡିତ । ହେଲେ ଗତ ୫ ତାରିଖରେ ସେ କରୋନା ସଂକ୍ରମିତ ବୋଲି ଜଣାପଡିବାରେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ସମ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ହସ୍ପିଟାଲର ଡାକ୍ତର,ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନେ ଅନ୍ନପୂର୍ଣ୍ଣାଙ୍କ ଦିନ ରାତି ସେବା କରିବା ସହ ତାଙ୍କର ଚିକିତ୍ସା କରିଥିଲେ । ହେଲେ ଏହି ବୃଦ୍ଧା ଜଣକ ଡରିଯାଇନଥିଲେ । କି ବ୍ୟସ୍ତ ବିବ୍ରତ ହୋଇପଡିନଥିଲେ । କରୋନାରେ ସେ ସଂକ୍ରମିତ ହୋଇଥିଲେ ମଧ୍ୟ ତାଙ୍କ ଶକ୍ତି ଆଗରେ ହାର ମାନିଯାଇଥିଲା ସଂକ୍ରମଣ ।

ଏବେ ଏହି ୯୮ ବର୍ଷୀୟା ବୃଦ୍ଧା ଜଣକୁ ଘରକୁ ସୁସ୍ଥ ହୋଇ ଫେରିବା ପରେ ପରିବାରରେ ଖୁସିରେ ମାହୋଲ । କରୋନା ହେବା ପରେ ଜେଜେମା ଆଉ ଘରକୁ ଫେରିବେ ବୋଲି ଆମେ ବିଶ୍ୱାସ କରିନଥିଲୁ କିନ୍ତୁ ସେ ସୁସ୍ଥ ହୋଇ ଫେରିବା ପରେ ଖୁସିରେ ଆତ୍ମହରା ହୋଇ ଉଠିଛୁ ବୋଲି କହିଛନ୍ତି ନାତି ରାକେଶ । ହସ୍ପିଟାଲର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପରିବାର ତରଫରୁ ପ୍ରଂଶସା କରାଯାଇଛି । ଜେଜେମାଙ୍କର ଖୁବ୍ ସେବା କରାଯାଇଛି ଏବଂ ହେଲ୍ପଲାଇନ ପକ୍ଷରୁ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପରିବାରକୁ ଦିଆଯିବା ସହ ଅନେକ ସହଯୋଗ କରାଯାଉଥିବା ପ୍ରଶଂସା କରିଛନ୍ତି ନାତୁଣୀ ବୋହୂ ରାଜଶ୍ରୀ ।

Get real time updates directly on you device, subscribe now.

Leave A Reply

Your email address will not be published.