THE BYAPINI

ଦୁନିଆ ଦେଖିଲା,କରୋନାକୁ ହରାଇଲା

Get real time updates directly on you device, subscribe now.

କଥାରେ ଅଛି ରଖେ ହରି ତ ମାରେ କିଏ ! ଯାହା ଉପରେ ଭଗବାଙ୍କ ଆର୍ଶୀବାଦ ଅଛି ତାକୁ ଏ ମହାମାରୀ ବା କଣ କରିବ । ମାଆ ଗର୍ଭରୁ ଜନ୍ମ ହେଉ ହେଉ କରୋନା ଜାଲରେ ଛନ୍ଦି ହୋଇପଡିଥିଲା ନବଜାତକ । କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ପରିବାର ଲୋକ ଶିଶୁଟିକୁ ଧରି କଳାହାଣ୍ଡିରୁ ଭୁବନେଶ୍ୱର ଧାଇଁଆସିଥିଲେ । ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଶିଶୁଟିକୁ ଭେଂଟିଲେଟରରେ ରଖାଯାଇଥିଲା । ଆଉ ୨୦ ଦିନରେ ନୂଆ ଜୀବନ ପାଇଛି ଶିଶୁ । କରୋନାକୁ ମାତ ଦେଇଛି ନବଜାତକ ।

କଳାହାଣ୍ଡି ଜିଲ୍ଲାର ମଦନପୁର-ରାମପୁର ଅଞ୍ଚଳର ଜଣେ ପ୍ରସୂତି ଏକ ଶିଶୁକୁ ଜନ୍ମଦେଇଥିଲେ । ଶିଶୁଟି ଜନ୍ମହେବା ପରେ ତାଠାରେ କରୋନା ଲକ୍ଷଣ ଦେଖାଦେଇଥିଲେ । ଏହାପରେ ଶିଶୁ ଓ ପରିବାରର ସମସ୍ତ ସଦସ୍ୟ କରୋନା ସଂକ୍ରମିତ ଥିବା ଜଣାପଡିଥିଲେ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ୨୦ ଦିନର ସଂଘର୍ଷ ପରେ କରୋନାକୁ ହରାଇଛି ଶିଶୁ । ପ୍ରଥମ ଦଶ ଦିନ ତାକୁ ଭେଂଟିଲେଟରରେ ରଖାଯାଇଥିଲା । ଏହା ପରେ ପରିବାର ଲୋକଙ୍କ ଅନୁମତିରେ ତାକ ରେମେଡେସିଭାର ଓ ଷ୍ଟେରଏଡ଼ ମଧ୍ୟ ଦିଆଯାଇଛି । ପିଲାଙ୍କୁ ଏଗୁଡିକ ଦେବା ପାଇଁ ସରକାରୀ ଅନୁମତି ମିଳିନି । କିନ୍ତୁ ଜରୁରୀ କାଳୀନ ପରିସ୍ଥିତିରେ ଶିଶୁଟିର ଜୀବନ ବଂଚାଇବାକୁ ଏହାକୁ ଦିଆଯାଇଥିଲା ବୋଲି ଡାକ୍ତର କହିଛନ୍ତି । ପିଲାଟି ଏବେ ମା କ୍ଷୀର ଖାଉଛି । ଏବଂ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛି ।

ଶିଶୁଟି ଘରକୁ ସୁସ୍ଥ ହୋଇ ଫେରିବା ପରେ ଏବେ ପରିବାରରେ ଖୁସିରେ ଲହରୀ । ଡାକ୍ତରଙ୍କ କହିବା ଅନୁସାରେ ଛୋଟ ପିଲାଙ୍କ ପାଇଁ ଟିକା ନାହିଁ। ସମସ୍ତେ ସତର୍କ ହୋଇ ପିଲାମାନଙ୍କୁ ଘରେ ରଖିବା ଦରକାର। ଘରର ବଡ଼ମାନଙ୍କଠାରୁ ଶିଶୁମାନେ ସଂକ୍ରମିତ ହେଉଛନ୍ତି। ତେଣୁ ବୟସ୍କ ବ୍ୟକ୍ତିମାନେ ଅଧିକ ସତର୍କ ରହିବା ସହ ଟିକା ନେବା ଆବଶ୍ୟକ। ଏହାଛଡ଼ା ଜ୍ୱର, ଥଣ୍ଡା, କାଶ, ଝାଡା ବାନ୍ତି କିମ୍ବା ଶରୀର ଫଳି ଯିବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.