THE BYAPINI

ଅକ୍ସିଜେନ ଅଭାବ..୪ ଦିନରେ ୭୪ ଜଣଙ୍କ ମୃତ୍ୟୁ

Get real time updates directly on you device, subscribe now.

ଦେଶରେ କରୋନା ସଂକ୍ରମଣ ସ୍ଥିତି ସାଂଘାତିକ ହୋଇଥିବା ବେଳେ ସବୁଆଡେ କରୋନାର କରୁଣ ଚିତ୍ର । ଗୋଆରେ ଏକ ଦୁଃଖଦ ଚିତ୍ର ସାମନାକୁ ଆସିଛି । ଅକ୍ସିଜେନ ଅଭାବରୁ ହସ୍ପିଟାଲରେ ଗତ ୪ ଦିନରେ ୭୪ ଜଣଙ୍କ ମୃତ୍ୟୁ ହୋଇଛି । ଅମ୍ଳଜାନ ଅଭାବରୁ ‘ଗୋଆ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌’ରେ ୭୪ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି ।

ଗତରାତି ୨ଟାରୁ ଆଜି ସକାଳ ୬ଟା ମଧ୍ୟରେ ୧୩ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ଗୁରୁବାର ବଡ଼ି ଭୋର୍‌ ସୁଦ୍ଧା ଅନ୍ୟ ୧୫ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିପରି, ମଙ୍ଗଳବାର ଦିନ ୨୬ଜଣ ଏବଂ ବୁଧବାର ଦିନ ୨୦ଜଣ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିଥିଲେ। ଡାକ୍ତରଖାନା ପରିଦର୍ଶନରେ ଯାଇଥିବା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ସମ୍ଭବତଃ, ଡାକ୍ତରୀ ଅମ୍ଳଜାନ ଉପଲବ୍ଧତା ଏବଂ ଯୋଗାଣ କାରଣରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। କିନ୍ତୁ, ରାଜ୍ୟରେ ଅକ୍ସିଜେନ୍‌ ଅଭାବ ନାହିଁ ବୋଲି ସେ ଗୁରୁତ୍ବାରୋପ କରି କହିଛନ୍ତି।

ଏସବୁ ପଛରେ ପରିବହନ ସମସ୍ୟା ଥିବା ମେଡିକାଲ କର୍ତ୍ତୃପକ୍ଷ ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚକୁ ଜଣାଇଛନ୍ତି ।ପୂର୍ବରୁ ଗୁରୁବାର ଗୋଆ ବେଞ୍ଚ ପିଟିସନର ଶୁଣାଣି ବେଳେ ଗୋଆ ସରକାରଙ୍କୁ ଭତ୍ସନା କରିଥିଲେ । କହିଥିଲେ, ଅକ୍ସିଜେନ୍ ଯୋଗାଣରେ ଅସୁବିଧା ପାଇଁ କରୋନା ଆକ୍ରାନ୍ତଙ୍କୁ ମରିବାକୁ ଛାଡ଼ି ଦିଆଯାଇ ପାରିବ ନାହିଁ । ଏଥିସହ ସନ୍ଧ୍ୟା ୭ଟା ସୁଦ୍ଧା ହସ୍ପିଟାଲ ଓ ସରକାର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.