THE BYAPINI

୧୯ ପରେ ବି ଲକଡାଉନ?

Get real time updates directly on you device, subscribe now.

ରାଜ୍ୟରେ ବଢିବ କି ଲକଡାଉନ?ଆସନ୍ତା ୧୯ ତାରିଖରେ ଲକଡାଉନ ଅବଧିକୁ ବୃଦ୍ଧି କରଯିବ କି? ଆଜି ଅପରାହ୍ନରେ ସରକାର ଗୁରୁତ୍ୱପୁର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିବେ । ମୁଖ୍ୟ ଶାସନ ସଚିବ, ଜାତୀୟ ସ୍ୱାସ୍ଥ୍ୟମିଶନର ନିର୍ଦ୍ଦେଶିକାଙ୍କ ସହ ଜନସାଧାରଣଙ୍କୁ ସମ୍ବୋଧନ କରିବେ ବିଏମସି କିମଶନର । ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ଥିବା ବେଳେ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ।

ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନା ନେଉନାହିଁ । କିଛି ଦିନ ହେଲା ଦୈନିକ ସଂକ୍ରମଣ ହାର ୧୦ ହଜାରରୁ ଅଧିକ ରହିଥିବା ବେଳେ ମୃତୃ ସଂଖ୍ୟା ମଧ୍ୟ କମୁୁ ନାହିଁ। ତେଣୁ ସଂକ୍ରମଣରେ ବ୍ରେକ୍‌ ଦେବା ଲାଗି ରାଜ୍ୟ ସରକାର ଆଜି କିଛି ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ୧୯ ତାରିଖ ଯାଏ ଲକଡାଉନ ଲାଗୁ କରାଯାଇଥିବା ବେଳେ ଏହି ଅବଧିକୁ ମେ ଶେଷ ଯାଏ ବଢାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଭୁବନେଶ୍ୱରରେ ମଧ୍ୟ ସଂକ୍ରମଣ ବଢ଼ୁଛି। ସଂକ୍ରମଣ ରୋକିବା ଲାଗି ଭୁବନେଶ୍ୱର ପାଇଁ କିଛି ସ୍ୱତନ୍ତ୍ର ଯୋଜନା ହୋଇପାରେ ବୋଲି ଅନୁମାନ କରାଯାଉଛି। ଲକ୍‌ଡାଉନ୍ ସମୟରେ ସକାଳ ୬ଟାରୁ ୧୨ଟା ପର୍ୟ୍ୟନ୍ତ ପନିପରିବା ଇତ୍ୟାଦି କିଣିବା ପାଇଁ ଲୋକଙ୍କୁ ଅନୁମତି ମିଳିଛି। ହେଲେ କିଛି ଲୋକ ପନିପରିବା କିଣିବା ବାହାନାରେ ମାର୍କେଟ୍‌ରେ ଗହଳି କରୁଥିବା ଦେଖିବାକୁ ମିଳିଛି। ତେଣୁ ଗହଳିକୁ ଏଡ଼ାଇବା ଲାଗି ସରକାର ଲକଡାଉନ କଟକଣାକୁ କଡାକଡି କରିପାରନ୍ତି । ତେବେ ଆଜି ସାଢେ ୪ଟାରେ ମୁଖ୍ୟ ଶାସନ ସଚିବ ପ୍ରେସମିଟ କରିବେ । କରୋନା କଟକଣାକୁ ନେଇ କିଛି ବଡ଼ ନିଷ୍ପତି ନେଇପାରନ୍ତି ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.