THE BYAPINI

କିଏ ଖାଇଗଲା ପଶୁଙ୍କ ଖାଦ୍ୟ?

Get real time updates directly on you device, subscribe now.

() ସେମାନେ କଥା କହିପାରନ୍ତି ନାହିଁ । କେଉଁଟା ଭଲ କେଉଁଟା ଖରାପ ଜଣାଇପାରନ୍ତି ନାହିଁ । ତେଣୁ ତାଙ୍କୁ ଯାହା ମିଳିଲେ ଖାଆନ୍ତି, ନହେଲେ ଭୋକରେ ରହିଯାନ୍ତି । ତାଲାବନ୍ଦ କେବେଳ ଗରିବ ଲୋକଙ୍କ ପାଇଁ ଦୁଃଖ ଆଣିନି , ଜୀବଜନ୍ତୁଙ୍କ ପାଇଁ ବି ବିପଦ ଆଣିଛି । ପଶୁଙ୍କ ସହ ଧୋକା । କରୋନା କାଳରେ ଲକଡାଉନ ଯୋଗୁ ବୁଲା ଗାଈଗୋରୁ , କୁକୁର ଯେପରି ଭୋକିଲା ନରହିବେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନଙ୍କ ପାଇଁ ୬୦ ଲକ୍ଷ ଟଙ୍କା ମଂଜୁର କରୁଛନ୍ତି । କିନ୍ତୁ ରାଜଧାନୀ ସମେତ ରାଜ୍ୟର ଅନେକ ଅଂଚଳରେ ପଶୁଙ୍କୁ ଖାଦ୍ୟ ଦେବା ବାହାନାରେ ଘୋଟଲା ହେଉଥିବା ସାମନାକୁ ଆସିଛି ।

() ଅଫୁଟା ଭାତ, ଦରସିଝା ଡାଲି । ସେମାନେ କଣ କଥା କହିପାରନ୍ତି ନାହିଁ ବୋଲି ତାଙ୍କୁ ଏଭଳି ଖାଦ୍ୟ ଦିଆଯିବ । ଏଭଳି ଖାଦ୍ୟକୁ କେମିତି ଖାଇବେ ବୁଲା ଗାଈଗୋର ଓ କୁକୁର । ତାଲାବନ୍ଦ ବେଳେ ବୁଲା ପଶୁଙ୍କୁ ଖାଇବା ଦେବା ଆଳରେ ଚାଲିଛି ମହାଦୁର୍ନୀତି । ରାଜଧାନୀରେ କୁକୁରଙ୍କୁ ଦିଆଯାଉଛି ଦରଫୁଟା ଭାତ ଓ ଦରସିଝା ଡାଲି । ଯାହାକୁ କୁକୁର ଖାଇବା ବଦଳରେ ମୁହଁ ବୁଲେଇ ପଳାଉଛି । ଏଠି ପ୍ରଶ୍ନ ଉଠୁଛି ସରକାର, ବୁଲା ଜୀବଜନ୍ତୁଙ୍କ ପାଇଁ ଘୋଷଣା କରିଥିବା ୬୦ ଲକ୍ଷ ଟଙ୍କା ନେଲା କିଏ? ସରକାର ୬୦ ଲକ୍ଷ ମଂଜୁର କରିଥିବା ବେଳେ ଏଥିରୁ ଦୈନିକ ୨୦ ହଜାର ଟଙ୍କା ବ୍ୟୟରେ ବିଏମସି ବୁଲା ଗାଈଗୋରୁ,କୁକୁରଙ୍କୁ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛି । ବିଏମସି ପକ୍ଷରୁ ଭୁବନେଶ୍ୱରରେ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ବଂଟା ଯାଉଛି । ଏଥିରେ ପଶୁ ସମ୍ବଳ ବିକାଶ ପାଇଁ କାର୍ଯ୍ୟ କରୁଥିବା ୩ଟି ସ୍ୱେଚ୍ଚାସେବୀ ସଂଗଠନକୁ ସାମିଲ କରାଯାଇଛି । ଏମାନେ ବୁଲା ଜୀବଜନ୍ତୁଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ବାଂଟୁଛନ୍ତି । ଏନେଇ ବିଏମସି ସେମାନଙ୍କୁ ଟଙ୍କା ହେଉଛି । ପ୍ରତିଦିନ ଦୁଇବେଳା ଖାଇବା ଦେବା ପାଇଁ ନିୟମ କରାଯାଇଛି । ଦିନକୁ ଦୁଇବେଳା ଦିଆଯାଉଥିବା ଖାଦ୍ୟର ପରିବହନ ପାଇଁ ବିଏମସି ଦ୍ୱାରା ନିୟୋଜିତ ଗାଡିକୁ ବ୍ୟବହାର କରାଯାଉଛି । ଖାଦ୍ୟର ମାନ ପରୀକ୍ଷଣ ପାଇଁ ଜଣେ ବ ଡିଭିଜନାଲ ପ୍ରାଣୀ ଅଧିକାରୀ ମଧ୍ୟ ନିୟୋଜିତ ହୋଇଛନ୍ତି । ହେଲେ ଏଭଳି ନିମ୍ନମାନର ଖାଦ୍ୟ ଦିଆଯାଉଛି ଯେ, ଜୀବଜନ୍ତୁ ବି ମୁହଁ ବୁଲାଇ ପଳାଉଛନ୍ତି ।

() କେବେଳ ରାଜଧାନୀରୁ ନୁହେଁ ଅନ୍ୟ ଅଂଚଳରୁ ଏପରି ଅଭିଯାଗ ଆସିଛି । ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ବେଳେ କେବେଳ ଛକ ସ୍ଥାନମାନଙ୍କର ବୁଲା ପଶୁଙ୍କ ପାଇଁ ଖାଦ୍ୟ ରଖାଯାଉଛି । ହେଲେ ବିଭିନ୍ନ ଗଳି କନ୍ଦିରେ ଥିବା ପଶୁ ମାନେ ଖାଇବାକୁ ନପାଇ ପଡିରହୁଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.