ଆମାଜନ ପାଇଁ ବଢିଲା ଅଡୁଆ
ଅନଲାଇନରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକି ଅଡୁଆରେ ଆମାଜନ । ଅନଲାଇନରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରିକୁ ବିରୋଧ କରି ଆମାଜନ ବିରୋଧରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି । କାହା ଅନୁମତିରେ କମ୍ପାନୀ ନିର୍ମାଲ୍ୟ ବିକ୍ରି କରୁଥିଲା, ସେ ନେଇ ତଦନ୍ତ କରିବାକୁ ଦାବି କରିଛି ଶ୍ରୀମନ୍ଦିର ପ୍ରଶାସନ । ଚଢାଦରରେ ଆମାଜନ ଅନଲାଇନରେ ମହାପ୍ରଭୁଙ୍କ ର୍ନିମାଲ୍ୟ ବିକୁଥିବା ଅଭିଯୋଗ ହୋଇଛି । ପ୍ରଥମେ ଏନେଇ ଶ୍ରୀମନ୍ଦିର ସେବାୟତ ଶମ୍ବୁନାଥ ଖୁଂଟିଆ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ । ଏହା ପରେ ସୁଆର,ମହାସୁଆର,ଛାମୁଖୁଂଟିଆ ସେବାୟତଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା ।
ଅନଲାଇନରେ ନିର୍ମାଲ୍ୟ ବିକ୍ରି ହେବା ଦ୍ୱାରା ଏହାର ଅପମାନ ହେଉଛି ବୋଲି ଶ୍ରୀମନ୍ଦିର ଉନ୍ନୟନ୍ନ ପ୍ରଶାସକ ଅଭିଯୋଗ କରିଛନ୍ତି । ଆମାଜନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆବେଦନ କରିଛନ୍ତି । ଏତଲାକାରୀ କହିଛନ୍ତି, ୧୦ ଟଙ୍କାର ପ୍ୟାକେଟକୁ ୫୦୦ ଟଙ୍କା ଦାମ ରଖି ୫୯ରୁ ୧୫୦ ଟଙ୍କାରେ ଆମାଜନ ବିକ୍ରି କରୁଛି । ଏହାସହ ମହାପ୍ରସାଦର ପବିତ୍ରତା ରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।