କରୋନାକୁ ହରାଇଲେ ୯୦ ବର୍ଷୀୟା ବୃଦ୍ଧା
ମହାମାରୀ କରୋନା କେତେବେଳେ କାହା ପାଇଁ ଘାତକ ସାଜୁଛି ଅନୁମାନ କରିବା କଷ୍ଟକର । କେତେବେଳେ କରୋନାରେ କାହାର କଅଁଳ ଜବୀନ ପଳାଉଛି ତ କେଉଁଠି ୯୦ ବର୍ଷର ବୃଦ୍ଧା କରୋନାକୁ ମାତ ଦେଉଛନ୍ତି । ସଂକ୍ରମଣର ଭୟ ଭିତରେ ଆଜି ରାଜଧାନୀରୁ ଆସିଛି ଆଉ ଏକ ଭଲ ଖବର । କରୋନା ସହ ସଂଘର୍ଷ କରି ଶେଷରେ ଜିତିଛନ୍ତି ଜଣେ ୯୦ ବର୍ଷୀୟା ବୃଦ୍ଧା ।
ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କରୋନା ସଂକ୍ରମିତ ହୋଇଥିବା ବାଉରୀ ସାହୁ ।ଭୁବନେଶ୍ୱର ୟୁନିଟ ୨ ଅଂଚଳର ବାଉରୀ ସାହୁ ଗତ ମେ ୩ ତାରିଖରେ କୋଭିଡ ଆକ୍ରାନ୍ତ ହୋଇଥିଲେ । ଏହା ପରେ ତାଙ୍କୁ ସମ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ସଂକ୍ରମିତ ହେବା ପରେ ମଧ୍ୟ ସେ ଡରିଯାଇନଥିଲେ । କରୋନା ସହ ଲଢେଇ କରି ନୂଆ ଜୀବନ ପାଇଛନ୍ତି । ହସ୍ପିଟାଲରେ ଭର୍ତିର୍ ହେବା ପରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରଚେଷ୍ଟା ଫଳରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ବାଉରୀ ସାହୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ପୁରା ପରିବାର ସମ କୋଭିଡ ହସ୍ପିଟାଲକୁ ଧନ୍ୟବାଦ ଜଣାଇଛନ୍ତି ।
କେବେଳ ବାଉରୀ ସାହୁ ନୁହଁନ୍ତି ଗତ ୧୩ ତାରିଖରେ ୯୮ ବର୍ଷୀୟା ବୃଦ୍ଧା ମଧ୍ୟ ଅନ୍ନପୂର୍ଣ୍ଣା ବିଶ୍ୱାଳ ମଧ୍ୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ । ରାଜ୍ୟରେ ସଂକ୍ରମଣ ସ୍ଥିତି ସାଂଘାତିକ ଥିବା ବେଳେ ପ୍ରତିିଦିନ ରାଜ୍ୟ ବିଭିନ୍ନ ଜିଲ୍ଲାରୁ ଆସୁଛି କରୋନାର ହୃଦୟବିଦାରକ ଦୃଶ୍ୟ ।