ସାବଧାନ! ଗାଁରେ ମାଡୁଛି ମହାମାରୀ
ଏବେ ଗାଁରେ ମାଡୁଛି ମହାମାରୀ । ସହର ତୁଳନାରେ ଗାଁରେ ସଂକ୍ରମଣ ହାର ବଢିବାରେ ଲାଗିଛି । ଏହାକୁ ନେଇ ସତର୍କ କରାଇଛନ୍ତି ସରକାର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଗ୍ରାମାଂଚଳ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି । ଗାଁରେ ଯେପରି ସ୍ଥିତି ଖରାପ ନୁହୁଏ ସେ ନେଇ ଦୃଷ୍ଟି ଦେବାକୁ କୁହାଯାଇଛି । ପ୍ରତି ଗାଁରେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ଓ ସହର ଉପକଣ୍ଠ ପାଇଁ ନୂଆ ଝଙଚ ଜାରି ହୋଇଛି। ସର୍ଭେଲାନ୍ସ, ସ୍କ୍ରିନିଂ ଓ ଆଇସୋଲେସନ ପ୍ରତି ଫୋକସ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଶାକର୍ମୀଙ୍କ ଦ୍ୱାରା ସର୍ଭେଲାନ୍ସ କରିବାକୁ କୁହାଯାଇଛି। ଜ୍ୱର କିମ୍ବା ଶ୍ୱାସ ସମସ୍ୟା ଥିବା ଲୋକଙ୍କ ଉପରେ ଆଶା କର୍ମୀମାନେ ନଜର ରଖିବାକୁ ଗାଇଡଲାଇନରେ କୁହାଯାଇଛି । ଘରୋଇ ସଙ୍ଗରୋଧରେ ଥିବା ପଜିଟିଭ୍ ରୋଗୀଙ୍କ ଉପରେ ଅଧିକ ଧ୍ୟାନ ଦିଆଯିବା ସହ ଗୁରୁତର ରୋଗୀ ଓ ଅକ୍ସିଜେନ୍ ସମସ୍ୟା ଥିବା ରୋଗୀଙ୍କୁ ବଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବାକୁ କୁହାଯାଇଛି । ଯଦି କୌଣସି ବ୍ୟକ୍ତିଙ୍କଠାରେ ରୋଗର ଲକ୍ଷଣ ଦେଖାଦିଏ, ତାହାହେଲେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଟେଲିକନସଲଟିଂ କରିବକୁ ପରାମର୍ଶ ଦିଆଯାଇଛି।
ଏଏନଏମଙ୍କୁ ରାପିଡ୍ ଆଣ୍ଟିଜେନ ଟେଷ୍ଟ ପାଇଁ ପ୍ରଶିକ୍ଷଣ ଦେବାକୁ କୁହାଯାଇଛି। କୋଭିଡ୍ ପରିଚାଳନା ପାଇଁ ସାମନ୍ୟ ଲକ୍ଷଣ ଥିଲେ ସିସିସି, ମଧ୍ୟମ ଲକ୍ଷଣ ପାଇଁ ସିଏଚସି ଓ ଗୁରୁତର ରୋଗୀଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତଙ୍କ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟେଷ୍ଟ କିଟ୍ ଉପଲବ୍ଧ କରିବାକୁ ନିର୍ଦ୍ଦେଶ ରହିଛି । ଗ୍ରାମାଂଚଳ ସ୍ୱାସ୍ଥ୍ୟ ଭିତିଭୂମୀ ମଜବୁତ କରିବା ପାଇଁ ଗାଇଡଲାଇନରେ ଜୋର ଦିଆଯାଇଛି । ରୋଗୀଙ୍କ ଅକ୍ସିଜେନ ମାତ୍ର ଉପରେ ଧ୍ୟାନ ରଖିବା ସହ ତୃଣମୂଳସ୍ତର ଯାଏଁ ସ୍ୱାସ୍ଥ୍ୟ ଉପକରଣ ପଠାଇବା ପାଇଁ ଗାଇଡଲାଇନରେ କୁହାଯାଇଛି ।