ଖୋର୍ଦ୍ଧାକୁ ଟପିଲା କଟକ..
ରାଜ୍ୟରେ କରୋନା ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ସବୁ ପ୍ରକାର କଟକଣା ଲାଗୁ କରାଗଲା । ହେଲେ ଏଯାଏ ୧୦ ହଜାର ତଳକୁ ଖସୁନି ସଂକ୍ରମଣ । ମେ’ରେ ତାଲାବନ୍ଦ ପୂର୍ବରୁ ୧୦ ହଜାର ସଂକ୍ରମଣ ସଂଖ୍ୟା ରହୁଥିବା ବେଳେ ତାଲାବନ୍ଦ ପରେ ସେହି ସମାନ ଅବସ୍ଥା । ଏବେ ଗ୍ରାମଚଂଳରେ ବି ସଂକ୍ରମଣ ମାଡୁଥିବା ବେଳେ ରାଜ୍ୟରେ ପଜିଟିଭିଟି ହାର ଲଗାତର ୨୦ ପ୍ରତିଶତ ରହୁଥିବା ବେଳେ ଆଜି ୧୮ ପ୍ରତିଶତକୁ ଖସିଛି । । ତେବେ ପ୍ରତିଦିନ ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ ଚିହ୍ନଟ ହେଉଥିବା ବେଳେ ସଂଖ୍ୟା ୧୫ ଶହ ଉପରେ ରହୁଥିବା ବେଳେ ଆଜି ଏହା ହଜାରେ ତଳକୁ ଖସିଛି । ଆଉ ଖୋର୍ଦ୍ଧା , ସୁନ୍ଦରଗଡକୁ ଟପିଯାଇଛି କଟକରେ ଆକ୍ରାନ୍ତ ସଂଖ୍ୟା ।
ଖୋର୍ଦ୍ଧା, ସୁନ୍ଦରଗଡକୁ ଟପିଲା କଟକ । ଗତ ୨୪ ଘଂଟାରେ ୫୮ ହଜାର ୪୩୬ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୧୦ ହଜାର ୭୫୭ ପଜିଟିଭ ଚିହ୍ନଟ ହୋଇଛି । କଟକରୁ ସର୍ବାଧିକ ପଜିଟିଭ ୯୭୩ ଜଣ ଚିହ୍ନଟ ହୋଇଛନ୍ତି। ଏହା ପଛରେ ଖୋର୍ଦ୍ଧାରୁ ସ ୯୦୯ ଓ ସୁନ୍ଦରଗଡରୁ ୮୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୬୦୬, ବାଲେଶ୍ୱରରୁ ୩୫୪, ବରଗଡରୁ ୪୦୪, ଭଦ୍ରକରୁ ୪୪୩, ବଲାଙ୍ଗରରୁ ୫୦୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୨୨୯୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏଥି ମଧ୍ୟରୁ ୧୦୬୦୬୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୧୪୫୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସେହିପରି ଦିନକେ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୩୫କୁ ବୃଦ୍ଧି ପାଇଛି ।ମୃତକଙ୍କ ମଧ୍ୟରୁ ବୌଦ୍ଧ, କୋରାପୁଟ, ଖୋର୍ଦ୍ଧା, ନୂଆପଡ଼ା, ରାୟଗଡ଼ା, ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୨ଜଣ ରହିଛନ୍ତି । ସେହିପରି ଗଜପତି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।