THE BYAPINI

ଜୁନ ୧ ଯାଏଁ ବଢିଲା ଲକଡାଉନ

Get real time updates directly on you device, subscribe now.

କରୋନା ସଂକ୍ରମଣ ସ୍ଥିତିକୁ ନଜରରେ ରଖି ରାଜ୍ୟରେ ବଢିଲା ଲକଡାଉନ ଅବଧି । ଆଉ ୨ ସପ୍ତାହ ଲକଡାଉନକୁ ବୃଦ୍ଧି କରାଯାଇଛି । ଜୁନ ୧ ତାରିଖ ସକାଳ ୫ ଯାଏଁ ଲକଡାଉନ ବଳବତର ରହିବ । ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ଥିବା ବେଳେ ଏହାକୁ ନଜରରେ ରଖି ଏପରି ନିଷ୍ପତି ନିଆଯାଇଛି ।ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଏଣିକି ସୋମବାର ଠାରୁ ଶୁକ୍ରବାର ଯାଏ ୪ ଘଣ୍ଟା ମଧ୍ୟରେ ପନିପରିବା କିଣିହେବ । ଲକଡାଉନ ସମୟରେ କେବେଳ ସକାଳ ୭ରୁ ୧୧ ଯାଏଁ ଅତ୍ୟାବଶ୍ୟକ ସମାଗ୍ରୀ ଦୋକାନ ଖୋଲା ରହିବ । ପୂର୍ବ ପରି ପରିବା, କ୍ଷୀର, ମାଛ, ମାଂସ, ରାସନ ସାମ୍ରଗୀ ଦୋକାନ ଖୋଲା ରହିବ । ଏହି ସମୟରେ ଲୋକମାନେ ଚାଲିଚାଲି ଯାଇ ପାଖରେ ଥିବା ପରିବା ଓ ଗ୍ରୋସରୀ ଦୋକାନରୁ ସାମଗ୍ରୀ କିଣପାରିବେ ।ମାଲ୍ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ ।

ସେହିପରି ବାହାଘର,ଭୋଜିଭାତ ଉପରେ କଟକଣାକୁ ଆହୁରି କଡାକଡି କରାଯାଇଛି । ପୂର୍ବରୁ ବାହାଘରରେ ୫୦ ଜଣଙ୍କୁ ଅନୁମତି ଥିବା ବେଳେ ଏବେ ୨୫ ଜଣ ବାହାଘରରେ ସାମିଲ ହୋଇପାରିବେ । ପୁଅ ଓ ଝିଅ ଘର ଏବଂ ପଣ୍ଡିତଙ୍କୁ ମିଶାଇ ୨୫ ଜଣ ବାହାଘରରେ ସାମିଲ ହେବେ । ଭୋଜିଭାତ ହୋଇପାରିବ ନାହିଁ । କେବଳ ପ୍ୟାକେଟ୍ ମାଧ୍ୟମରେ ଖାଇବା ଦେଇପାରିବେ । ବିବାହ, ଅନ୍ତ୍ୟେଷ୍ଟି ଆଦି ସମସ୍ତ କାର୍ୟ୍ୟରେ କେହି ଖାଇ ପାରିବେ ନାହିଁ । କେବଳ ପ୍ୟାକେଟ୍ ଖାଦ୍ୟ ଦିଆଯାଇ ପାରିବ ।

Get real time updates directly on you device, subscribe now.

Leave A Reply

Your email address will not be published.