THE BYAPINI

ଦିନକରେ ରେକର୍ଡ ମୃତ୍ୟୁ

Get real time updates directly on you device, subscribe now.

ଦେଶରେ କରୋନା ସଂକ୍ରମଣ କମୁଛି କିନ୍ତୁ ମୃତ୍ୟୁରେ ବ୍ରେକ ଲାଗୁନି । ଦିନକରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି । କିଛି ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଲଗାତର ୩ ଦିନ ହେବ ସଂକ୍ରମଣ ଦେଶରେ ୩ ଲକ୍ଷ ତଳକୁ ଆସୁଛି ହେଲେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି ।

ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୬୭ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୫୨୯ ଜଣଙ୍କ ମୃତ୍ୟୁ ହୋଇଛି । ଯାହାକି ସର୍ବାଧିକ । ଏଯାଏ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୦୦ ଟପିନଥିଲା । ସମଗ୍ର ବିଶ୍ୱରେ ସର୍ବାଧିକ କରୋନାଜନିତ ମୃତ୍ୟୁ ଭାରତରେ ରେକର୍ଡ କରାଯାଇଛି। ପ୍ରତିଦିନ ଦେଶରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୫୪ ଲକ୍ଷ ୯୬ ହଜାର ୩୩୦ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ୨ ଲକ୍ଷ ୮୩ ହଜାର ୨୪୮ରେ ପହଞ୍ଚିଛି ।

ସେହିପରି ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୧୯ ଲକ୍ଷ ୮୬ ହଜାର ୩୬୩ ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୨୨୬୭୧୯। ୨୪ ଘଣ୍ଟାରେ ତାମିଲନାଡୁରେ ସର୍ବାଧିକ ୩୩,୦୫୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ପଛକୁ କେରଳରେ ୩୧,୩୩୭, କର୍ଣ୍ଣାଟକାରେ ୩୦,୩୦୯, ମହାରାଷ୍ଟ୍ରରେ ୨୮,୪୩୮ ଓ ଆନ୍ଧ୍ର ପ୍ରଦେଶରେ ୨୧,୩୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.