ଡରାଉଛି ମୃତ୍ୟୁ ସଂଖ୍ୟା
କରୋନା ମୃତ୍ୟୁରେ ରାଜ୍ୟର ସର୍ବକାଳୀନ ରେକର୍ଡ । ପ୍ରଥମ ଥର ପାଇଁ ୨୪ ଘଂଟାରେ ୨୫ ଜଣଙ୍କ ମୃତ୍ୟୁ ହେଉଛି । ଟେଷ୍ଟିଂ ବଢୁଛି, ସେହି ଅନୁପାତରେ ସଂକ୍ରମଣ ସଂଖ୍ୟା ମଧ୍ୟ ବଢୁଛି । ହେଲେ ମୃତ୍ୟୁ ସଂଖ୍ୟା ଯେଉଁଭଳି ଭାବେ ବଢିଚାଲିଛି ତାହା ଏବେ ଚିନ୍ତାର ବିଷୟ । ସେହିପରି ଖୋର୍ଦ୍ଧାରେ ସଂକ୍ରମଣ ହଜାରେ ତଳକୁ ଖସୁନଥିବାରେ ବେଳେ କଟକରେ ବଢୁଥିବା ଆକ୍ରାନ୍ତ ସଂଖ୍ୟା ସିଏମସିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କଟକରେ ବି ହଜାରେ ପାର କରିଛି ସଂକ୍ରମଣ ସଂଖ୍ୟା ।
ଗତ ୨୪ ଘଂଟାରେ ରାଜ୍ୟରେ ସର୍ବାଧିକ କରୋନା ନମୂନା ପରୀକ୍ଷା ୬୦ ହଜାର ୫୯୮ ହୋଇଥିବା ବେଳେ୧୧ ହଜାର ୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ କଟକରୁ ମଧ୍ୟ ୧୧୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୮୬୭, ସୁନ୍ଦରଗଡ଼ରୁ ୭୦୩, ମୟୂରଭଞ୍ଜରୁ ୫୩୮, ବାଲେଶ୍ୱରରୁ ୫୨୪, ପୁରୀରୁ ୪୨୪ ବରଗଡ଼ରୁ ୩୯୫, ସମ୍ବଲପୁରରୁ ୩୯୩, ନୟାଗଡ଼ରୁ ୩୮୨, ଯାଜପୁରରୁ ୩୭୮, ଜଗତସିଂହପୁରରୁ ୩୨୫, ବୌଦ୍ଧରୁ ୩୧୩, ବଲାଙ୍ଗିରରୁ ୨୯୪, କୋରାପୁଟରୁ ୨୬୬ ଜଣ ଚିହ୍ନଟ ହୋଇଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୫୫୮୯୯ରେ ପହଞ୍ଚିଛି।
ପ୍ରଥମଥର ପାଇଁ ରାଜ୍ୟରେ ଗୋଟିଏ ଦିନରେ ୨୨ରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୨୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨୪ ଶହ ପାର୍ କରିଛି ।ଅନୁଗୁଳରୁ ୩ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରୁ ଜଣେ, ବରଗଡ଼ରୁ ଜଣେ, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ଜଣେ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୨ ଜଣ, କଳାହାଣ୍ଡିରୁ ୪ ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, ପୁରୀରୁ ଜଣେ, ରାୟଗଡ଼ାରୁ ୨ ଜଣ ଓ ସୁନ୍ଦରଗଡ଼ରୁ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ କୋଭିଡ୍ ମୃତ୍ୟୁସଂଖ୍ୟା ୨୪୦୩କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ମୋଟ ୧ ଲକ୍ଷ ୬ ହଜାର ୮୧୨ ସକ୍ରିୟ ମାମଲା ରହିଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୫୫ ହଜାର ୮୯୯କୁ ବୃଦ୍ଧି ପାଇଛି ।