THE BYAPINI

କଲବଲ କଲାଣି କରୋନା

Get real time updates directly on you device, subscribe now.

ଦେଶରେ ଲଗାତର ୪ ହଜାର ଉପରେ ରହୁଥିବା କରୋନା ମୃତ୍ୟୁ ସଂଖ୍ୟା କମିଛି । ହେଲେ ସଂକ୍ରମଣ ପୁଣି ବଢିଛି । ଏବେ ବି ଦେଶରେ ସ୍ଥିତି ଉଦବେଗଜନକ ରହିଛି । କରୋନାର ଦ୍ୱିତୀୟ ଲହର ଲୋକଙ୍କୁ କଲବଲ କଲାଣି । ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ରାଜ୍ୟରେ ଲକଡାଉନ ସତ୍ୱେ ସ୍ଥିତରେ ଆଖିଦୃଶିଆ ପରିବର୍ତନ ଆସିନାହିଁ ।

ବୁଧବାର ରେକର୍ଡ ୪୫୨୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ଆଜି ଏହା ୩୮୭୪କୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୨ ଲକ୍ଷ ୬୭ ହଜାର ୭୦ଟି ପଜିଟିଭ୍ ମାମଲା ଚିହ୍ନଟ ହୋଇଛନ୍ତି । ଏପର୍ୟ୍ୟନ୍ତ ଦେଶରେ ମୋଟ ୨ କୋଟି ୫୭ ଲକ୍ଷ ୭୨ ହଜାର ୪ଶହ ଆକ୍ରାନ୍ତ ଚିହ୍ନଟ ହେଲେଣି । ମୃତ୍ୟୁସଂଖ୍ୟା ୨,୮୭,୧୨୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ଅପେକ୍ଷା ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି। ଦିନକରେ ୩ ଲକ୍ଷ ୬୯ ହଜାର ୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୩୧,୨୯,୮୭୮ ରହିଛି। ଏଯାଏ ଦେଶରେ ୧୮,୭୦,୦୯,୭୯୨ ଜଣ କରୋନାର ଟିକା ନେଇ ସାରିଲେଣି।

୨୪ ଘଣ୍ଟା ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୩୪,୮୭୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ପଛକୁ କର୍ଣ୍ଣାଟକାରେ ୩୪,୨୮୧, ମହାରାଷ୍ଟ୍ରରେ ୩୪,୦୩୧, କେରଳରେ ୩୨,୭୬୨ ଓ ଆନ୍ଧ୍ର ପ୍ରଦେଶରେ ୨୩,୧୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.