THE BYAPINI

ପରଲୋକରେ ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ

Get real time updates directly on you device, subscribe now.

ପରଲୋକରେ ପଦ୍ମଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ରୁ୍ୟ ହୋଇଛି । ୧୨ ଦିନରେ ଗୋଟିଏ ପରିବାରର ୩ ଜଣ ଆଖିବୁଜିଛନ୍ତି । ରଘୁନାଥଙ୍କୁ ହରାଇ ପରିବାର ଲୋକେ ଶୋକରେ ଭାଙ୍ଗି ପଡ଼ିଥିବାବେଳେ ଏବେ ପରିବାର ଉପରେ ଦୁଃଖର ପାହାଡ ଛିଡା ହୋଇଛି ।

ପ୍ରଥମେ ବାପା । ଆଉ ବାପା ପଛେ ପଛେ ଦୁଇ ପୁଅ । ୧୨ ଦିନ ତଳେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ବିଶିଷ୍ଟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଥିଲା । ଏହାର କିଛି ଦିନ ପରେ ବୁଧବାର ଦିନ ରଘୁନାଥ ମହାପାତ୍ରଙ୍କ ସାନ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ହୋଇଥିଲା । ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଏମ୍‌ସରେ ଭର୍ତ୍ତି ହୋଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତ ମହାପାତ୍ରଙ୍କ ଦେହାନ୍ତ ହୋଇଥିଲା । ଆଉ ଆଜି ବଡ଼ ପୁଅ ଯଶୋବନ୍ତ ମହାପାତ୍ର ଆଖିବୁଜିଛନ୍ତି । ଗତକାଲି ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ଯଶୋବନ୍ତଙ୍କୁ ସଂକଟାପନ୍ନ ଅବସ୍ଥାରେ ସମ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ତେବେ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ୱେ ଆଜି ଦିନ ଗୋଟାଏ ବେଳେ ଯଶୋବନ୍ତଙ୍କ ମୃତ୍ୟୁ ହୋଇଛି । ମୃତ୍ରୁ୍ୟ ବେଳକୁ ତାଙ୍କ ୁ ୫୨ ବର୍ଷ ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.