ରଥଖଳାରେ ପଶିଲା କରୋନା
ମହାପ୍ରଭୁ ଆସିବେ ବଡ଼ଦାଣ୍ଡକୁ । ଏଥିପାଇଁ ଚାଲିଛି ପ୍ରସ୍ତୁତି । ଜୁଲାଇ ୧୨ରେ ବିଶ୍ୱ ନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । କୋଭିଡ କଟକଣାରେ ରଥକାମ ଚାଲିଥିବା ବେଳେ ରଥଖଳାରେ ପଶିଲା କରୋନା । ରଥ ନିର୍ମାଣରେ ନିୟୋଜିତ ୮ ଜଣ ସେବକ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ୍ ୮୯ ଜଣଙ୍କୁ ସଙ୍ଗରୋଧରେ ରଖି ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣ ମହାରଣା ଓ ୫ ଜଣ ଭୋଇ ସେବାୟତ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରଥ ନିର୍ମାଣରେ ନିୟୋଜିତ ସେବକ ପଜିଟିଭ ଚିହ୍ନଟ ପରେ ରଥଖଳାରେ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ରଥଖଳାକୁ ପ୍ରବେଶ ପାଇଁ ମନା କରାଯାଇଛି । ଗଣମାଧ୍ୟମ ପ୍ରତିନିଧିଙ୍କୁ ରଥଖଳାର ରଥକାଠର ଫଟୋ, ଭିଡିଓ ଆଣି ଦିଆଯିବ ।
ରଥକଳାରେ କାର୍ୟ୍ୟରତ ସମସ୍ତ ସେବାୟତ ପ୍ରଥମ ଡୋଜ୍ ନେଇଛନ୍ତି । ଆରଟି-ପିସିଆର୍ କୋଭିଡ୍ ଟେଷ୍ଟ ପରେ ରିପୋର୍ଟ ନେଗେଟିଭ୍ ଆସିବା ପରେ କାର୍ୟ୍ୟରେ ନିୟୋଜିତ ଅଛନ୍ତି । ସଂକ୍ରମିତ ସେବାୟତଙ୍କୁ ନୀଳାଚଳ କୋଭିଡ୍ କେୟାର୍ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ଆକ୍ରାନ୍ତ ସେବାୟତ ସୁସ୍ଥ ହେବା ପରେ କାର୍ୟ୍ୟରେ ଯୋଗଦେବେ ।