THE BYAPINI

ଦିନକରେ ରାଜ୍ୟରେ ସର୍ବାଧିକ କରୋନା ମୃତ୍ୟୁ

Get real time updates directly on you device, subscribe now.

କରୋନା ସଂକ୍ରମଣ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ରାଜ୍ୟରେ ରେକର୍ଡ ଭାଙ୍ଗିଛି । ଲକଡାଉନ ଓ ସଟଡାଉନ ସତ୍ତ୍ୱେ କ୍ରମାଗତ ଭାବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଯେତିକି ଟେଷ୍ଟତ ବଢୁଛି ସେହି ଅନୁପାତରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢୁଛି । କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାର ଡେଇଁଛି। ସେହିପରି ଦିନକରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ଏଯାବତର ସର୍ବାଧିକ ଦୈନିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ବୋଲି କୁହାଯାଉଛି।

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୬୧ ହଜାର ୬୬୫ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୧୨,୫୨୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୦୮୪ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି ।ଅନୁଗୁଳରୁ ୯୩୦, ବରଗଡ଼ରୁ ୩୧୫, ଭଦ୍ରକରୁ ୧୭୭, ବାଲେଶ୍ୱରରୁ ୫୧୦, ବଲାଙ୍ଗୀରରୁ ୨୯୬, ବୌଦ୍ଧରୁ ୩୬୫, ଦେବଗଡ଼ରୁ ୧୦୬, ଢେଙ୍କାନାଳରୁ ୧୩୨, ଗଜପତିରୁ ୫୩, ଗଞ୍ଜାମରୁ ୩୬୯, ଜଗତସିଂହପୁରରୁ ୩୨୫, ଯାଜପୁରରୁ ୪୧୯, ଝାରସୁଗୁଡ଼ାରୁ ୩୭୩ , କଳାହାଣ୍ଡିରୁ ୪୯୧, କନ୍ଧମାଳରୁ ୧୦୦, କେନ୍ଦ୍ରାପଡ଼ାରୁ ୧୯୫ କେନ୍ଦୁଝରରୁ ୨୩୨, କୋରାପୁଟରୁ ୨୩୩, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୫୪୬, ନବରଙ୍ଗପୁରରୁ ୩୮୩, ନୟାଗଡ଼ରୁ ୩୧୫, ନୂଆପଡ଼ାରୁ ୧୨୯, ପୁରୀରୁ ୫୬୮, ରାୟଗଡ଼ାରୁ ୩୨୧, ସମ୍ବଲପୁରରୁ ୪୦୦, ସୋନପୁରରୁ ୨୦୨, ସୁନ୍ଦରଗଡ଼ରୁ ୭୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୨୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୭ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୪୩୦କୁ ବୃଦ୍ଧି ପାଇଛି ।ଗତ ୨୪ ଘଣ୍ଟା ଭିତରେ କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ନୂଆପଡ଼ା, ରାୟଗଡା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଠିକ୍ ସେହିପରି କଳାହାଣ୍ଡିରୁ ୨ ଜଣ, ବରଗଡ଼, ବୌଦ୍ଧ, ଗଜପତି, ଝାରସୁଗୁଡା, ବଲାଙ୍ଗୀର, ନବରଙ୍ଗପୁର, ପୁରୀ ଓ ସୋନପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Get real time updates directly on you device, subscribe now.

Leave A Reply

Your email address will not be published.