କୋଟିଆରେ ଆନ୍ଧ୍ର କରିଥିବା ନର୍ବାଚନ ରଦ୍ଦ
ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ । ଜିଲ୍ଲା ପରିଷଦ ନିର୍ବାଚନକୁ ବେଆଇନ ଘୋଷଣା କଲେ ଆନ୍ଦ୍ର ହାଇକୋର୍ଟ । ପଞ୍ଚାୟତ ନିର୍ବାଚନରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା କହିଲେ କୋର୍ଟ। ଏବେ ନିର୍ବାଚନ ଅସିଦ୍ଧ ସହ ପୁଣି ଥରେ ନିୟମାନୁସାରେ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆନ୍ଧ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଟିଡିପି ଓ ବିଜେପି । ଅଭିଯୋଗ ପରେ ଆବେଦନର ଶୁଣାଣି କରି ଜିଲ୍ଲା ପରିଷଦ ନିର୍ବାଚନକୁ ରଦ୍ଦ କଲେ ଖଣ୍ଡପୀଠ । କୋଟିଆରେ ଆନ୍ଧ୍ରର ଏହି ନିର୍ବାଚନକୁ ରାଜ୍ୟ ସରକାର ମଧ୍ୟ ବିରୋଧ କରିଥିଲେ ।
ଏପ୍ରିଲ୍ ୬ ତାରିଖରେ ହାଇକୋର୍ଟର ଜଣିକିଆ ବେଞ୍ଚ ପଞ୍ଚାୟତ ନିର୍ବାଚନ ଉପରେ ରୋକ ଲଗାଇଥିଲେ। ହେଲେ ପରଦିନ ଅର୍ଥାତ୍ ଏପ୍ରିଲ୍ ୭ ତାରିଖରେ ଡିଭିଜନ ବେଞ୍ଚ ଉକ୍ତ ନିର୍ଦ୍ଦେଶକୁ ରଦ୍ଦ କରି ପଞ୍ଚାୟତ ନିର୍ବାଚନ କରିବାକୁ ଅନୁମତି ଦେଇଥିଲେ। ଯାହା ଫଳରେ ଏପ୍ରିଲ୍ ୮ ତାରିଖରେ ଭୋଟ୍ ପାଇଁ ପୂରା ବାଟ୍ ଫିଟିଯାଇଥିଲା । ହେଲେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଭୋଟ ଗଣତି କିମ୍ବା ରେଜଲ୍ଟ ପ୍ରକାଶ ପାଇପାରିବ ନାହିଁ।