ଖୋର୍ଦ୍ଧାକୁ ଟପିଲା କଟକ
ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହେଉଥିବା ବେଳେ ଆଜି ଖୋର୍ଦ୍ଧାକୁ କଟକ ଟପିଯାଇଛି । ଟେଷ୍ଟିଂ ଅଧିକ କରାଯାଉଥିବା ବେଳେ ସେହି ଅନୁପାତରେ ସଂକ୍ରମଣ ସଂଖ୍ୟା କମ ରହିଛି । ହେଲେ ରେକର୍ଡ କରିଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଁଟାରେ ମୃତ୍ୟୁ ସଂଖ୍ୟା ୩୦ ଟପିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧,୦୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ ୧୧୩୩ ଜଣ ଆକ୍ରାନ୍ତ ଥିବା ବେଳେ ଖୋର୍ଦ୍ଧାରୁ ୧୦୧୦ ଜଣ ଓ ସୁନ୍ଦରଗଡ଼ରୁ ୭୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭,୦୩,୪୪୧ରେ ପହଞ୍ଚିଛି। ସେହିପରି ଦିନକରେ ଯାଇଛି ୩୨ ଜଣଙ୍କ ଜୀବନ । ଯାହା ସର୍ବାଧିକ । ଦ୍ୱିତୀୟ ଲହରୀର ଏହା ସର୍ବକାଳୀନ ରେକର୍ଡ । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ଜଣ ହୋଇଥିବା ବେଳେ କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ଜଣ ଲେଖାଏଁ ରହିଛନ୍ତି । ସେହିପରି ଅନୁଗୁଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ଅନ୍ୟପଟେ ନବରଙ୍ଗପୁର , ପୁରୀ, ରାୟଗଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ଗଜପତି, ଗଞ୍ଜାମ, ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୧୬କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଏବେ ଆକ୍ଟିଭ କେସ ,୧୧,୨୬୨ ଥିବାବେଳେ ୫,୮୯,୬୧୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୧୧୩୭୫୦୭୬ସାମ୍ପୁଲ ଟେଷ୍ଟ୍ ହୋଇଛି ।