ଘୁଞ୍ଚିଲା ଟିକା ଟେଣ୍ଡର ପ୍ରକ୍ରିୟା
ଘୁଞ୍ଚିଲା କରୋନା ଟିକା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟା । ରାଜ୍ୟରେ ଟିକା ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଜି ଏହାର ଟେଣ୍ଡର ଆହ୍ୱାନ କରିବାର ତାରିଖ୍ ଥିବା ବେଳେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ସୂଚନା ରହିଥିଲା । କିନ୍ତୁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇବ ନାହିଁ । ଆଗାମୀ ୭ ଦିନ ପାଇଁ ଟେଣ୍ଡର ପ୍ରକ୍ରିୟାକୁ ଘୁଂଚାଇ ଦିଆଯାଇଛି ।
୨ଟି କାରଣ ପାଇଁ ଏହି ତାରିଖକୁ ୭ ଦିନ ପର୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ପ୍ରଥମତଃ ଭେଣ୍ଡରଙ୍କ ଅନୁରୋଧ ଏବଂ ବାତ୍ୟା ୟାସ୍ ପାଇଁ ସରକାର ଏହି ତାରିଖ ଘୁଞ୍ଚାଇଛନ୍ତି ।ଆଗାମୀ ୪ ତାରିଖରେ ପୁଣି ଟେଣ୍ଡର ଖୋଲିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ । ଆଗାମୀ ୪ ତାରିଖରେ ପୁଣି ଟେଣ୍ଡର ଖୋଲିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ।
ରାଜ୍ୟରେ ଟିକା ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାର ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଦେଶରେ ଉତ୍ପାଦନ ହେଉଥିବା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ଉପଯୁକ୍ତ ପରିମାଣର ମିଳି ପାରୁନଥିବାରୁ ଗ୍ଲୋବାଲ୍ ଟେଣ୍ଡର ଜରିଆରେ ରାଜ୍ୟ ସରକାର ଟିକା କିଣି ଲୋକଙ୍କୁ ଦେବା ଲାଗି ଯୋଜନା କରିଥିଲେ। ଗ୍ଲୋବାଲ ଟେଣ୍ଡର ଜରିଆରେ ୩ କୋଟି ୮୦ ଲକ୍ଷ ଟିକା କିଣିବାକୁ ଲକ୍ଷ୍ୟ ରଖାଯାଇଛି । ୨୦ ତାରିଖରେ ଅନ୍ଲାଇନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେଉଁ ଫାର୍ମା କଂପାନୀ ଟେଣ୍ଡର ପାଇବ, ୪ ମାସ ଭିତରେ ଟିକା ଯୋଗାଇବାକୁ ପଡ଼ିବ । ଏହି ଟେଣ୍ଡରର ଅବଧି ୬ ମାସ ରହିଛି । ଯେଉଁ ଟିକା ୨ରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ଭିତରେ ସଂରକ୍ଷିତ ରହିପାରୁଥିବ, ସେହି ଟିକା ନିର୍ମାତାମାନେ ଟେଣ୍ଡରରେ ଭାଗ ନେଇପାରିବେ ବୋଲି ପ୍ରଥମେ କୁହାଯାଇଥିଲା ।