THE BYAPINI

ସାଂଘାତିକ ଥିଲା ମେ’ ମାସ

Get real time updates directly on you device, subscribe now.

ଘାତକ ଥିଲା ମେ’ ମାସ । ସଂକ୍ରମଣ ହୁ ହୁ ହୋଇ ବ୍ୟାପିବାରେ ଲାଗିଥିଲା । ପ୍ରତିଦିନ ୧୦ ହଜାର ଉପରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଥିଲା । । ତେବେ ଏବେ ସଂକ୍ରମଣ କମୁଥିବାର ଦେଖିବାକୁ ମିଳୁଛି । ସଂକ୍ରମଣ ହାର ମଧ୍ୟ ୧୩ ପ୍ରତିଶତକୁ ଖସିଛି । ମେ ମାସ ପରି ଜୁନ ମାସରେ ଅଧିକ ସଂକ୍ରମିତ ଚିହ୍ନଟ ହେବେ ନାହିଁ ବୋଲି ଆଶା କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର କହିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ୬୧ ହଜାର ୬୧୩ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ରାଜ୍ୟରେ ୮,୩୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୧୩.୪୯ ପ୍ରତିଶତ । ସେହିପରି ଦିନକରେ ୩୫ଜଣଙ୍କ ଜୀବନ ନେଇଛି କରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ସୋନପୁରରୁ ୩ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି । ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା ଓ ସୁନ୍ଦରଗଡରୁ ୨ଜଣ ଲେଖାଏ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମରୀ । ସେହିପରି ନୟାଗଡ଼ ଓ ନୂଆପଡ଼ାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ତେବେ ସବୁଠୁ ସାଂଘାତିକ ଥିଲା ମେ ମାସ । ୩୧ ଦିନରେ ରାଜ୍ୟରେ ୩ ଲକ୍ଷ ୨୦ ହଜାର ୮୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୧୧ ଜଣଙ୍କ ମୃତ୍ୟୁ ହୋଇଛି । ମେ ୨୨ରେ ରାଜ୍ୟରେ ପିକ/ସର୍ବାଧିକ ପଜିଟିଭ ୧୨ ହଜାର ୮୫୨ ଚିହ୍ନଟ ହୋଇଥିଲେ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ରଙ୍କ କହିବା ଅନୁସାରେ,ଏବେ ଟ୍ରେଣ୍ଡ କମୁଛି, ଜୁନ ମାସରେ ସେପରି ସଂକ୍ରମଣ ବଢିବନି ବୋଲି ଆଶା କରାଯାଉଛି । ଲକଡାଉନର ପ୍ରଭାବ ୪ ସପ୍ତାହ ପରେ ଦେଖିବାକୁ ମିଳେ । ବର୍ତମାନର ତାର ପ୍ରଭାବ ଦେଖିବା ଆରମ୍ଭ ହୋଇଛି । ସୁନ୍ଦରଗଡରେ ସଂକ୍ରମିତ ଅଧିକ ଥିଲେ ମଧ୍ୟ କମୁଛି । ତେବେ କେବେ କମିବ ସଂକ୍ରମଣ ତାହା ଆକଳନ କରିବା କଷ୍ଟକର । ତେଣୁ ସତର୍କ ରହିବା ଉଚିତ ବୋଲି ନିରଂଜନ ମିଶ୍ର କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.