ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ
ଜୁନ ମାସ ଆରମ୍ଭରୁ କରୋନା ସଂକ୍ରମଣ ହାର କମୁଥିବା ବେଳେ ବଢୁଥିବା ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଦେଇଛି । ମେ ମାସରେ କରୋନାରେ ଦୈନିକ ମୃତ୍ୟୁ ବଢି ୩୫ରେ ପହଚଂଥିବା ବେଳେ ଜୁନ ମାସରେ ଏହା ୪୦ ଟପିଛି ।ଥିମଧ୍ୟରୁ ୪,୯୪୮ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛନ୍ତି ୩,୮୯୧।
ଗତ ୨୪ ଘଂଟାରେ ରାଜ୍ୟରେ ୭୦ ହଜାର ୮୮୩୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୨ ଶହ ୩୫ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୪୧୪ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୩୯୫, ବରଗଡରୁ ୧୯୩, ଭଦ୍ରକରୁ ୪୧୯, ବଲାଙ୍ଗିରରୁ ୮୯, ବୌଦ୍ଧରୁ ୧୭୯, କଟକରୁ ୭୬୯, ଦେବଗଡରୁ ୮୪, ଢେଙ୍କାନାଳରୁ ୫୧୦, ଗଜପତିରୁ ୫୨, ଗଞ୍ଜାମରୁ ୧୯୬, ଜଗତ୍ସିଂହପୁରରୁ ୩୧୭, ଯାଜପୁରରୁ ୪୯୩, ଝାରସୁଗୁଡାରୁ ୧୨୧, କଳାହାଣ୍ଡିରୁ ୧୪୫, କନ୍ଧମାଳରୁ ୫୮, କେନ୍ଦ୍ରାପଡାରୁ ୩୦୨, କେନ୍ଦୁଝରରୁ ୧୮୮, କୋରାପୁଟରୁ ୯୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।ସେହିପରି ମାଲକାନଗିରିରେ ୮୫, ମୟୂରଭଞ୍ଜରେ ୫୮୩, ୧୨୯, ନୟାଗଡରେ ୨୪୬, ପୁରୀରେ ୪୩୮, ରୟଗଡାରେ୨୧୬, ସମ୍ବଲପୁରରେ ୧୯୪, ସୋନପୁରରେ ୧୧୮, ସୁନ୍ଦରଗଡରେ ୩୩୮ ଚିହ୍ନଟ ହୋଇଛନ୍ତି।
ସେହିପରି ୪୨ ଜଣଙ୍କ ଦିନକରେ କରୋନାରେ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୫ଜଣ ହୋଇଥିବା ବେଳେ କଳାହାଣ୍ଡି, କଟକ ଜିଲ୍ଲାରୁ ୪ଜଣ ରହିଛନ୍ତି । ବୌଦ୍ଧ , ଝାରସୁଗୁଡ଼ା, ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର , ଦେଓଗଡ଼, ଗଜପତି, କେନ୍ଦ୍ରାପଡ଼ା ନବରଙ୍ଗପୁର, ରାୟଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ବରଗଡ଼, ଭଦ୍ରକ , ଗଞ୍ଜାମ, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୯୦୯୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୫୪୨୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୦୨୬୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।