୧୦%କୁ କମିଲା ସଂକ୍ରମଣ ହାର
କରୋନାର ଦ୍ୱିତୀୟ ଲହର ରାଜ୍ୟବାସୀଙ୍କୁ ନାକେଦମ କଲାପରେ ଏବେ ସଂକ୍ରମଣ ଚେନରେ ବ୍ରେକ ଲାଗିଛି । ଧୀରେ ଧୀରେ ସଂକ୍ରମଣ ତଳକୁ ଖସୁଛି । ରାଜ୍ୟରେ ସଂକ୍ରମଣ ହାର ୧୦.୫୧ ପ୍ରତିଶତକୁ ଖସିଛି । ଯାହା ସାମାନ୍ୟ ଆଶ୍ୱସ୍ତି ଆଣିଛି । ମେ ମାସରେ ସ୍ଥିତି ସାଂଘାତିକ ଥିବା ବେଳେ ଜୁନ ମାସରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । ସେପଟେ ସୁସ୍ଥ ହାର ମଧ୍ୟ ବଢୁଛି ।
ରାଜ୍ୟର ଗତ ୨୪ ଘଂଟାରେ ୭୦ ହାଜର ୩୧୩ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୭ ହଜାର ୩୯୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୦୬୯ ଓ କଟକରୁ ୮୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୫୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୪୪୩, ବାଲେଶ୍ୱରରୁ ୨୮୫, ବରଗଡ଼ ୧୭୧, ଭଦ୍ରକ ୨୩୮, ବଲାଙ୍ଗୀର ୮୧, ବୌଦ୍ଧ ୧୩୩, କଟକ ୮୬୮, ଦେବଗଡ଼ ୫୭, ଢେଙ୍କାନାଳ ୮୧, ଗଜପତି ୫୨, ଗଞ୍ଜାମ ୬୯, ଜଗତସିଂହପୁର ୨୮୮, ଯାଜପୁର ୫୧୬, ଝାରସୁଗୁଡ଼ା ୬୬, କନ୍ଧମାଳ ୭୬, କେନ୍ଦ୍ରାପନା ୩୪୧, କେନ୍ଦୁଝର ୧୫୮, କୋରାପୁଟ ୧୬୧, ମାଲକାନଗିରି ୧୧୦, ମୟୂରଭଞ୍ଜ ୩୮୪, ନବରଙ୍ଗପୁର ୧୯୬, ନୟାଗଡ଼ ୨୪୩, ନୂଆପଡ଼ା ୨୨, ପୁରୀ ୩୫୬, ରାୟଗନା ୧୨୫, ସମ୍ୱଲପୁର ୧୩୭, ସୋନପୁର ୯୧, ସୁନ୍ଦରଗଡ଼ ୨୬୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିପରି ୪୦ ଜଣଙ୍କ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ, କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ, ଅନୁଗୁଳ, ବୌଦ୍ଧ, ଝାରସୁଗୁଡା ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, ବରଗଡ, ବଲାଙ୍ଗୀର ଓ ଦେବଗଡରୁ ୨ ଜଣ ଲେଖାଏଁ, ଗଞ୍ଜାମ, କନ୍ଧମାଳ, ନୟାଗଡ ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୫୨କୁ ବୃଦ୍ଧି ପାଇଛି ।