THE BYAPINI

କଂଗ୍ରେସ: କାହାର ଗତି କୁଆଡେ?

Get real time updates directly on you device, subscribe now.

କଂଗ୍ରେସ ଆଉ କନ୍ଦଳ । ଗୋଟିଏ ମୂଦ୍ରାର ଦୁଇଟି ପାଶ୍ୱ । ଓଡିଶା ରାଜନୀତିରେ ଯେଉଁଠି କଂଗ୍ରେସ ସେଇଠି କନ୍ଦଳ । ଏହା ପୂର୍ବରୁ ରହିଆସିଛି । ଆଉ ଏବେ ପରୀ ପ୍ରସଙ୍ଗରେ ମଧ୍ୟ କଂଗ୍ରେସରେ ଦେଖାଦେଇଛି ଫାଟ । ଦଳ ଭିତରେ ନେତାଙ୍କ ଭିନ୍ନ ଭିନ୍ନ ମତ ନେଇ ମତଭେଦ ଦେଖାଦେବା ପରେ ଏବେ ସମାଧାନ ପାଇଁ ଶେଷରେ ରାଜ୍ୟ ପ୍ରଭାରୀଙ୍କୁ ଓଡିଶା ଆସିବାକୁ ପଡିଛି ।

ପରୀ ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନେଇଥିବା ନିଷ୍ପତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ପରୀ ପ୍ରସଙ୍ଗରୁ ବିଧାନସଭାରେ ଅଧାରୁ ଓହରିଯିବା ନିଷ୍ପତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବିଧାୟକ ସୁର ରାଉତରାୟ ଓ ସନ୍ତୋଷ ସିଂ ସାଲୁଜା । ଏହାକୁ ନେଇ ବିଧାୟକଙ୍କ ମଧ୍ୟରେ ଫାଟ ଦେଖାଦେଇଥିଲା । ଆଉ ଫାଟକୁ ସମାଧାନ କରିବା ପାଇଁ କଂଗ୍ରେସ ଭବନରେ ବସିଥିଲା ପାଂଚ ଘଂଟାର ବୈଠକ । ସୂଚନା ଅନୁସାରେ ଏହି ବୈଠକରେ ଅସନ୍ତୁଷ୍ଟ ସୁର ଓ ସାଲୁଜାଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ପ୍ରଭାରୀ । ହେଲେ ପୂର୍ବରୁ ଅସନ୍ତୋଷ ପ୍ରକାଶ କରିଥିବା ବିଧାୟକ ସୁର ରାଉତରାୟ ଏବଂ ସାଲୁଜା ସିଂ ସାଲୁଜାଙ୍କ ଭିନ୍ନ ରୂପ ଦେଖିବାକୁ ମିଳିିଥିଲା । ଯେଉଁ ଦୁଇ ବିଧାୟକ ଗଣମାଧ୍ୟମରେ ପ୍ରଶ୍ନ ଉଠାଇଥିଲେ ସେମାନେ ଆଜି ଏକ ଥିବା କହି ଚାଲିଯାଇଥିଲେ । ତେବେ ସୁର ଏବଂ ସାଲୁଜା ଅନ୍ୟ ବିଧାୟକଙ୍କ ସହ ଏକାଠି ବସି ନଖାଇ ସେଠାରୁ ପଳାଇଥିବା ଦେଖିବାକୁ ମିଳିଥିଲା । କୁହାଯାଉଛି ପ୍ରଭାରୀଙ୍କ ତାଗିଦ ପରେ ବିଧାୟକ ମାନେ ପରୀ ପ୍ରସଙ୍ଗରେ ଏକ ହୋଇ ସ୍ୱର ଉଠାଇବାକୁ ନିଷ୍ପତି ନେଇଛନ୍ତି ।

ତେବେ ପରୀ ପ୍ରସଙ୍ଗରେ ଦଳ ମଧ୍ୟରେ ମତଥିବା ଥିବା ସ୍ୱୀକାର କରିଛନ୍ତି ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର । ବୁଝାମଣା ଅଭାବରୁ ଏଭଳି ମତଭେଦ ଆସିଲା ବୋଲି କହିଛନ୍ତି ।ଏହି ଘଟଣାରେ ରାଜନୀତି ନହୋଇ ପରୀକୁ ନ୍ୟାୟ ମିଳିବା ଦରକାର ବୋଲି କହିଛନ୍ତି ଚେଲା କୁମାର ।

Get real time updates directly on you device, subscribe now.

Leave A Reply

Your email address will not be published.